Report Card Odisha

| Daily Odia News

ବିଜେପି ଛାଡ଼ିବେ ନୀତୀଶ କୁମାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାର ରାଜନୀତି ପୁଣି ସରଗରମ ହୋଇଉଠିଛି। ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର ବିଜେପି ଛାଡି ଲାଲୁ ଯାଦବଙ୍କ ଆରଜେଡି ସହ ମେଣ୍ଟ କରିବେ ବୋଲି ଜୋରଦାର ଚର୍ଚ୍ଚା ଜୋରଧରିଛି। ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ନେଇ ଏଭଳି ଚର୍ଚ୍ଚା ବିଜେପି ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଦେଇଛି। ଆସନ୍ତା ଦୁଇ ତିନି ଦିନରେ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ‌ ହୋଇପାରେ । ନୀତୀଶ କୁମାର ଜେଡିୟୁ ବିଧାୟକମାନଙ୍କୁ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀ ପାଟନା ନଛାଡ଼ିବା ଲାଗି ନିର୍ଦ୍ଦେଶ ଦେବାପରେ ଏଭଳି ଆଭାସ ମିଳୁଛି। ମୁଖ୍ୟମନ୍ତ୍ରୀ ଗତକିଛି ଦିନ ଧରି ଦଳୀୟ ନେତା ଏବଂ ବିଧାୟକଙ୍କ ସହ ଲଗାତାର ବୈଠକ କରୁଛନ୍ତି। ଗତକାଲି ସେ ମନ୍ତ୍ରୀ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଭେଟିଛନ୍ତି। ତେବେ ବୈଠକରେ କଣ ଆଲୋଚନା ହେଉଛି, ତାହାକୁ ଗୁପ୍ତ ରଖାଯାଇଛି। ଇତିମଧ୍ୟରେ ନୀତୀଶ କୁମାର ଆସନ୍ତାକାଲି ରାଜଗୀର ଗସ୍ତ କରିପାରନ୍ତି। ଏହି ଗସ୍ତ ସମୟରେ ହିଁ ସେ କିଛି ବଡ଼ ଘୋଷଣା କରିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି। ୨୦୧୭ରେ ମହାମେଣ୍ଟରୁ ଓହରିବା ପୂର୍ବରୁ ନୀତୀଶ କିଛି ଦିନ ପାଇଁ ରାଜଗୀର ଗସ୍ତ କରିଥିଲେ। ରାଜଗୀରରୁ ଫେରିବାପରେ ସେ ମହାମେଣ୍ଟ ଛାଡ଼ିବା ନିଷ୍ପତ୍ତି ନେଇଥିଲେ।

Breaking News