ରିପୋର୍ଟ କାର୍ଡ / ପାଟନା
ବେକଳରେ ଗାମୁଛା ମୁଣ୍ଡରେ ଟୋପି ପିନ୍ଧି ଲାଲୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରକୁ ଟାର୍ଗେଟ କରିଛନ୍ତି। ଦୀର୍ଘ ୬ ବର୍ଷ ପରେ ଲାଲୁ ପ୍ରସାଦ ଯାଦବ ରାଜନୀତିକୁ ପୁଣି ଫେରିଛନ୍ତିି। ତାଙ୍କର ଭାଷଣ ଶୈଳୀ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଜଗାଇଛି। ଲାଲୁ ଗାଜିପୁରର ଇଦ୍ଗାହ ମୈଦାନରେ ଏକ ସଭାରେ ଯୋଗଦେଇ କହିଛନ୍ତି ରାଜ୍ୟରେ ତେଜସ୍ବୀ ଯାଦବ ନୀତୀଶଙ୍କୁ ଲୋକପ୍ରିୟତାକୁ ଭାଙ୍ଗି ସାରିଛନ୍ତି। ମୁଁ ଏବେ ବିସର୍ଜନ କରିବାକୁ ଆସିଛି ବୋଲି କହି ଲାଲୁ କଟାକ୍ଷ କରିଛନ୍ତି। ଗୋ ଖାଦ୍ୟ ଦୁନୀତି ଯୋଗୁ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୦ ବିଧାନସଭା ନିର୍ବାଚନରେ ଲାଲୁ ପ୍ରଚାରରେ ଯୋଗ ଦେଇ ପାରି ନ ଥିଲେ। ଲାଲୁ କହିଛନ୍ତି ଯେ, ନୀତୀଶ ମୋ ଯୋଗୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କର ଅସଲ ଚେହେରା ପଦାକୁ ଆସି ସାରିଛି। ରାଜ୍ୟର ଜନସାଧାରଣ ଏହାର ଠିକଣା ଜବାବ ଦେଇଛନ୍ତି ଏବଂ ଆଗାମୀ ଦିନରେ ଦେବେ ମଧ୍ୟ ବୋଲି ଲାଲୁ କହିଛନ୍ତି।






More Stories
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..