Report Card Odisha

| Daily Odia News

ବିଜେପି ବିହାରରୁ ସଫା ହୋଇଯିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିହାରରୁ ସଂପୂର୍ଣ୍ଣ ଭାବେ ମୂଳପୋଛ ହୋଇଯିବ ବୋଲି କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କହିଛନ୍ତି ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ଗଠନ କରିବା ପରେ ବିଜେପ ଆତଙ୍କିତ ହୋଇପଡ଼ିଛି। ବିରୋଧୀଙ୍କ ଏକତା ବିଜେପିର ସମସ୍ୟା ବଢ଼ାଇ ଦେଇଛି । ଆଜି ନୀତୀଶ କୁମାର କହିଛନ୍ତି, ” ଦେଶର ଭଲ ପାଇଁ ଆମେ ସମସ୍ତେ ହାତ ମିଳାଇଛୁ |ସେମାନେ(ବିଜେପି) ଜାଣି ନାହାନ୍ତି ଯେ କିଛି ଦଳ ଭୟରେ ଏବେ ସେମାନଙ୍କ ସହ ରହିଛନ୍ତି। ମୁଁ ସେହି ଦଳଗୁଡ଼ିକର ନାଁ ନେବି ନାହିଁ। କିନ୍ତୁ ଏହି ଦଳଗୁଡ଼ିବ ନିର୍ବାଚନ ଘୋଷଣା ହେବା ମାତ୍ରେ ଆମ ପାଖକୁ ଆସିବେ। ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀ ସେମାନଙ୍କ କାମ କରିଛନ୍ତି। ଆଗକୁ ସବୁ କିଛି ସ୍ପଷ୍ଟ ହେବ।” ଅନାସ୍ଥା ପ୍ରସ୍ତାବ ବିତର୍କର ପ୍ରଥମ ଦୁଇ ଦିନ ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ଆସି ନଥିଲେ। ଏହାକୁ ନୀତୀଶ କୁମାର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଗୃହ ଚାଲିଛି। କିନ୍ତୁ ଲୋକମାନେ ଏଣେତେଣେ ବୁଲିବାରେ ବ୍ୟସ୍ତ। ଅଟଳ ବିହାରୀ ବାଜେପୟୀ ଯେତେବେଳେ କ୍ଷମତାରେ ଥିଲେ ଓ ମୁଁ ତାଙ୍କର ଜଣେ ମନ୍ତ୍ରୀ ଥିଲି ସେତେବେଳେ ଆମେ ଗୃହରେ ଉପସ୍ଥିତ ରହିବା ଉପରେ ଫୋକସ କରୁଥିଲୁ। ଦେଶବାସୀଙ୍କୁ ଯଦି ଆପଣ ପଚାରିବେ, ତା’ହେଲେ ସେମାନେ କହିବେ ଯେ ବିଜେପି କେବଳ ପ୍ରଚାର ଓ ବିଜ୍ଞାପନରେ ଫୋକସ କରେ। କ’ଣ ଆପଣ କିଛି ବିକାଶମୂଳକ କାର୍ଯ୍ୟକ୍ରମ ଦେଖୁଛନ୍ତି ବୋଲି କହିଛନ୍ତି |

 

Breaking News