Report Card Odisha

| Daily Odia News

ପୁଅ ଭୁଲ ପାଇଁ ବାପାକୁ କାହିଁକି ଦଣ୍ଡ ଦିଆଯିବ:ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶ ଲଖିମପୁର ଖେରି କୃଷକ ହତ୍ୟାରେ ଅଭିଯୁକ୍ତ ହୋଇଥିବା ପୁଅ ଆଶିଷ ମିଶ୍ରଙ୍କ ପାଇଁ ବାପା ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଜଣେ ଅପରାଧୀ କହିବା ସହ ସେ ଇସ୍ତଫା ଦିଅନ୍ତୁ ବୋଲି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପାର୍ଲାମେଣ୍ଟ୍‌ରେ ପ୍ରତିବାଦ କରିଥିଲେ। ବହିଷ୍ମାର ଦାବି ଜୋର ଧରିଥିଲେ ବି ବିଜେପି ଅଜୟ ମିଶ୍ରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ଜଣାପଡ଼ିଛି। ପୁଅ କରିଥିବା ଭୁଲ ପାଇଁ ବାପାକୁ କାହିଁକି ଦଣ୍ଡ ଦିଆଯିବ ବୋଲି ବିଜେପି କହୁଥିବା ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସାଘଟଣାର ଅନୁସନ୍ଧାନ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ମଙ୍ଗଳବାର କହିଥିଲା ଯେ ଏହି ଘଟଣା ଏକ ପୂର୍ବ ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା। ଯାହା ଫଳରେ ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଏକାଧିକ ଆହତ ହୋଇଥିଲେ। ଏସଆଇଟିର ଏ ବୟାନ କେନ୍ଦ୍ର ସରକାରଙ୍କୁ ନେଇ କାଠଗଡ଼ାରେ ଛିଡ଼ା କରାଇ ଦେଇଥିଲା। ବିରୋଧୀ ଏହାକୁ ନେଇ କଡ଼ା ସମାଲୋଚନା କରିବା ସହ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରିଥିଲେ। ହେଲେ ବିଜେପି ଏବେ ଅଜୟ ମିଶ୍ରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁନଥିବା ଜଣାପଡ଼ିଛି।

Breaking News