ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିକା ନେବାକୁ ନେଇ ଅନେକ ଦ୍ଵନ୍ଦ ଲାଗିରହିଥିଲା | ଦୁଇଟି ଭିନ୍ନ ଟିକାର ଡୋଜ ନେବା ନେଇ ଅନେକ ଚର୍ଚ୍ଚା ସ୍ପଷ୍ଟି କାରଣ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ | କେନ୍ଦ୍ର ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ଏହାର ପ୍ରଭାବ ଉପରେ ପର୍ଯ୍ୟାପ୍ତ ବୈଜ୍ଞାନିକ ପ୍ରମାଣ ସଂଗ୍ରହ ନହେବା ପର୍ଯ୍ୟନ୍ତ ଭାରତରେ କୋଭିଡ-୧୯ ଟିକାର ମିଶ୍ରଣ ହେବ ନାହିଁ । କୋଭିସିଲ୍ଡର ପ୍ରଥମ ଡୋଜ ନେଇଥିବା ଲୋକେ କୋଭିସିଲ୍ଡର ଦ୍ଵିତୀୟ ଡୋଜ ନେବେ ଏବଂ କୋଭାକ୍ସିନର ପ୍ରଥମ ଡୋଜ ନେଇଥିବା ଲୋକେ କୋଭାକ୍ସିନର ଦ୍ଵିତୀୟ ଡୋଜ ନେବେ | କେନ୍ଦ୍ର ସରକାର କୋଭିସିଲ୍ଡର ଦ୍ଵିତୀୟ ଡୋଜ ହଟାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡାକ୍ତର ଭି.କେ ପୌଲ କହିଛନ୍ତି ଯେ କୋଭିସିଲ୍ଡ ଏବଂ କୋଭାକ୍ସିନ ପାଇଁ ଟିକାକରଣ ସୂଚୀରେ ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି । ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନ ପାଇଁ ଅନୁସରଣ କରାଯାଉଥିବା ଦୁଇ-ଡୋଜ୍ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନାହିଁ। କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ୧୨ ସପ୍ତାହ ପରେ ଦିଆଯିବ ଏବଂ ପ୍ରଥମ ଡୋଜ୍ ପରେ ୪-୬ ସପ୍ତାହ ପରେ କୋଭାକ୍ସିନ୍ ର ଦ୍ୱିତୀୟ ଡୋଜ୍ ଦିଆଯିବ | ଏହା ସହ ଛୋଟ ପିଲାଙ୍କୁ କରୋନା ଭୂତାଣୁ ଆକ୍ରମଣ କରିବା ନେଇ ସେ କହିଛନ୍ତି ଯେ, ଛୋଟ ପିଲାଙ୍କୁ କରୋନା ହେଲେ କୌଣସି ଲକ୍ଷଣ ଦେଖାଯାଉନାହିଁ | କିଛି ଜଣଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ କିଛି ଜଣଙ୍କ ପାଖରେ ଜମା ବି ଲକ୍ଷଣ ଦେଖାଯାଉନି | ଏବେ ପର୍ଯ୍ୟନ୍ତ କରୋନା ଭୂତାଣୁ ଶିଶୁଙ୍କୁ ସେତେଟା ଗୁରୁତର ସହ ଆକ୍ରମଣ କରିନାହିଁ | ତେବେ ଆଗକୁ ଭୂତାଣୁ ଶିଶୁଙ୍କୁ ଅଧିକ ଆକ୍ରମଣ କରିବାର ଆଶଙ୍କା ଥିବାରୁ ଆମେ ସେ ନେଇ ପ୍ରସ୍ତୁତ ହେଉଛୁ |
More Stories
ସେନା ପୋଷ୍ଟ ଉପରେ ଆକ୍ରମଣ…..
ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୋଲିସ….
ଚାଷୀଙ୍କ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ ଉପରାଷ୍ଟ୍ରପତି ଙ୍କ ଚେତାବନୀ…..