Report Card Odisha

| Daily Odia News

ଟ୍ରେନରେ ମିଳିବନି ରନ୍ଧା ଖାଦ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଏଲପିଜି ସମସ୍ୟା ଦେଖାଦେଇଛି। ଅନେକ ହୋଟେଲ, ରେଷ୍ଟୁରାଣ୍ଟ ଓ ଭୋଜନାଳୟ ଆଦି ପ୍ରଭାବିତ ହୋଇ ବିକଳ୍ପ ଖୋଜିବାକୁ ଲାଗିଥିବାବେଳେ ଆଉ କିଛି ବନ୍ଦ ହେବାକୁ ବସିଛି। ତେବେ ଏହା ମଧ୍ୟରେ ଭାରତୀୟ ରେଳ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ସୁବିଧାକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଉପରେ ବିଚାର କରୁଛି। ଯଦି ଏଭଳି ହୁଏ ତେବେ ଯାତ୍ରୀଙ୍କୁ ନିଜ ସହିତ ଖାଦ୍ୟ ନେବାକୁ ପଡିବ। ଯେଉଁ ଯାତ୍ରୀମାନେ ପୂର୍ବରୁ ଟିକେଟ୍ କରିବା ସମୟରେ ଭୋଜନ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ। ଟ୍ରେନରେ ଯାତ୍ରୀମାନେ ଖାଦ୍ୟପେୟ ସେବା ପାଇଁ ଆଇଆରସିଟିସିର ମୂଳ ରୋଷେଇ ଘରେ ପ୍ରସ୍ତୁତ ଭୋଜନ ଉପରେ ନିର୍ଭର କରିଥାନ୍ତି। ଏଲପିଜି ସମସ୍ୟା ଏହା ଉପରେ ସିଧା ସଳଖ ପ୍ରଭାବ ପକାଉଛି। ଆଇଆରସିଟିସି ନିଜ ମୂଳ ରୋଷେଇଘର ଓ ଅନବୋର୍ଡ କ୍ୟାଟରିଂ ସୁବିଧା ମାଧ୍ୟମରେ ସାରା ଦେଶରେ ପ୍ରତିଦିନ ୧୭ ଲକ୍ଷ ମିଲ୍ସ ଯୋଗାଇଥାଏ। ଏଲପିଜି ସମସ୍ୟା ଯୋଗୁଁ ଦୂର ଯାତ୍ରା କରୁଥିବା ଟ୍ରେନ୍ ଯାତ୍ରୀଙ୍କୁ ଭୋଜନ ସେବା ଦେବା ସମ୍ଭବ ହେବନି । ତେଣୁ ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ପୈଠ କରିଥିବା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରାଯିବ। ଏହା ସହ ଆଗାମୀ ସମୟରେ ଗ୍ୟାସ୍ ଷ୍ଟୋଭ୍ ବଦଳରେ ବିଜୁଳିରେ ଚାଲୁଥିବା ରୋଷେଇ ଉପକରଣ ଉପରେ ନିର୍ଭର ହେବାକୁ ପଡିପାରେ।

Breaking News