ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀରୁ ମିଳିଲାନି ଆଗୁଆ ସୁରକ୍ଷା। କେଜ୍ରିଓ୍ଵାଲଙ୍କୁ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନରୁ କୌଣସି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ବର୍ତ୍ତମାନ ସମୟରେ ଆମେ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବାକୁ ଚାହୁଁନାହୁଁ ବୋଲି କୋର୍ଟ କହିଛନ୍ତି। ତେବେ ହାଜର ନହୋଇ ଆଗୁଆ ପଚରାଉଚରା ବେଳେ ଇଡି ଯେପରି ତାଙ୍କୁ ଗିରଫ ନକରେ ତାହା ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ୱାଲ ଆବେଦନ କରିଥିଲେ। ଆଜି ଏହି ଆବେଦନର ଶୁଣାଣୀକରି ହାଇକୋର୍ଟ ଖାରଜ କରି ଦେଇଛନ୍ତି।ମାମଲାର ଶୁଣାଣି କରୁଥିବା ବିଚାରପତି ଇଡିକୁ କେଜ୍ରିୱାଲଙ୍କ ବିରୋଧରେ ପ୍ରମାଣ ଦେଖାଇବାକୁ କୁହାଯାଇଛି। ବିଚାରପତି ନିଜ କକ୍ଷରେ ଇଡି ସହ ଏକ ବୈଠକ କରିଥିଲେ। ଅଦାଲତ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ସମନ ଜାରି ହେବା ପରେ ଆପଣ ତାଙ୍କୁ କାହିଁକି ଗିରଫ କଲେ ନାହିଁ | ହାଇକୋର୍ଟ କହିଛନ୍ତି କେଜ୍ରିଓ୍ଵାଲଙ୍କୁ ଗିରଫ କରିବାକୁ ଆପଣଙ୍କୁ କିଏ ଅଟକାଉଥିଲା | ଏଭଳି ପରିସ୍ଥିତିରେ ଗିରଫ କରିବାର ଅଧିକାର ଆପଣଙ୍କର ରହିଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..