Report Card Odisha

| Daily Odia News

ଅଧିନାୟକ ପଦ ଛାଡ଼ିଲେ ଧୋନି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲିଠାରୁ IPL 2024 ଆରମ୍ଭ ହେଉଥିବା ବେଳେ ଆଜି ଚେନ୍ନାଇ ସୁପର କିଙ୍ଗସ (CSK)ର ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ ଅଧିନାୟକ ଦାୟିତ୍ୱ ଋତୁରାଜ ଗାଏକ୍ୱାଡଙ୍କୁ ହସ୍ତାନ୍ତର କରିଛନ୍ତି। CSK ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି। CSK ପକ୍ଷରୁ କୁହାଯାଇଛି, ୨୦୧୯ରୁ ଋତୁରାଜ ଚେନ୍ନାଇ ସୁପର କିଙ୍ଗସର ଅବିଚ୍ଛେଦ ଅଙ୍ଗ ହୋଇ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ଆଇପିଏଲ୍‌ରେ ୫୨ଟି ମ୍ୟାଚ୍ ଖେଳିଛନ୍ତି। ଧୋନିଙ୍କ ନେତୃତ୍ୱରେ CSKର ୫ ଥର ଆଇପିଏଲ୍ ଟାଇଟଲ ଜିତିଛି। ୨୦୨୩ ଆଇପିଏଲ ମଧ୍ୟ ଜିତିଥିଲା ସିଏସ୍‌କେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍‌ସକୁ ହରାଇଥିଲା ଦଳ। ଏହି ବିଜୟ ପରେ ଧୋନି ସ୍ପଷ୍ଟ କରିଥିଲେ ଯେ ସେ ୨୦୨୪ ଆଇପିଏଲ ଖେଳିବେ। ତା’ସହିତ ସେ ଆଇପିଏଲ୍‌ରୁ ତାଙ୍କ ଅବସର ନେଇ ହେଉଥିବା ଆଲୋଚନାର ଅବସାନ ଘଟାଇଥିଲେ। ୨୦୨୦ ଅଗଷ୍ଟ ୧୫ ତାରିଖରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

 

Breaking News