Report Card Odisha

| Daily Odia News

ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା….

ରିପୋର୍ଟ କାର୍ଡ / କଟକ

ଦୁର୍ଗାପୂଜା ଉତ୍ସବ ଅବସରରେ ପୂଜାସ୍ଥଳୀଗୁଡ଼ିକରେ ଲେଜର ଲାଇଟ ଏବଂ ଫାଇୟଗନ ପ୍ରଦର୍ଶନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଚଳିତବର୍ଷ ପୂଜାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଭାବେ ପାଳନ କରିବାକୁ କଟକ ଶାରଳା ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅକ୍ଟୋବର ୯ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଛି। ଏଥିପାଇଁ କଟକରେ ବିଭିନ୍ନ ପୂଜା କମିଟିମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥର ଜିଲା ପ୍ରଶସନ ପକ୍ଷରୁ ପୂଜାରେ ଫାୟାର ଗନ କିମ୍ବା ଲେଜର ପ୍ରଦର୍ଶନ ଉପରେ ବାରଣ କରାଯାଇଛି। ଯେଉଁ ଦୁର୍ଗାପୂଜା କମିଟି ଲେଜର ଲାଇଟ କିମ୍ବା ଗନ ବ୍ୟବହାର କରିବେ ସେମାନଙ୍କ ବିରୋଧରେ ତତ୍କଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି ବାଣ ବିକ୍ରି ସ୍ଥାନ ଉପରେ ପୋଲିସ ନଜର ରଖିବ ଏବଂ ପ୍ରଶାସନ ପକ୍ଷରୁ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। କଟକ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ଆଜିର ବୈଠକରେ କଟକ ସାଂସଦ, ବିଧାୟକ, ମେୟର ଏବଂ ବିଭିନ୍ନ ପୂଜା କମିଟି ସଦସ୍ୟମାନେ ଯୋଗଦେଇଥିଲେ।

Breaking News