ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଲ୍ରେ କେହି ବିଳାସରେ ରହିପାରିବେନି କିମ୍ବା ବିଳାସ ପାଇପାରିବେନି। ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି | ଜେଲ୍ରେ ବିଳାସ ଆଶା କରିବା ଅସମ୍ଭବ ଏବଂ ଅଯଥାର୍ଥ | ଏକ ଆର୍ଥିକ ଅନିୟମିତତା ମାମଲାରେ ଅସ୍ଥାାୟୀ ଜାମିନ ଚାହିଥିବା ହର୍ଷ ଦେବ ଠାକୁରଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟରେ ତାଙ୍କ ମହକିଲଙ୍କୁ ଆଶ୍ବସ୍ତି ଦେବାପାଇଁ ଦାବି କରିଥିଲେ। ଓକିଲ ଜଣଙ୍କ କହିଥିଲେ ତାଙ୍କ ମହକିଲ ହର୍ଷ ଦେବ ଠାକୁର ଜେଲ୍ରେ ବିଳାସରେ ନାହାନ୍ତି। ତେଣୁ ସେ ତାଙ୍କ ମହକିଲଙ୍କ ପାଇଁ ଜାମିନ ଚାହିଥିଲେ। ମାମଲାର ବିଚାରଣା ଶେଷ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାପାଇଁ ଆବେଦନକାରୀ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ କହିଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିହେବନି।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..