ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ ବନ୍ଦ ରହିବ କୁକୁଡା ଚାଷ। ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡା ଚାଷ ଉପରେ କଟକଣା ଲଗାଇଛି ପୁରୀ ପ୍ରଶାସନ। ପିପିଲି, ଡେଲାଙ୍ଗ, ନିମାପଡା, ସତ୍ୟବାଦୀରେ କୁକୁଡା ଚାଷ ବନ୍ଦ ରହିବ। ସଂକ୍ରମିତ ଅଞ୍ଚଳର ୧ କି.ମି ପରିସର ଭିତରେ କୁକୁଡା ଚାଷ ହୋଇପାରିବ ନାହିଁ। ୧ରୁ ୧୦ କି.ମି ପରିସରରେ କୁକୁଡା ବାହାରକୁ ପଠାଯାଇପାରିବ ନାହିଁ। ଏହାସହିତ ୧୫ଦିନରେ ଥରେ କୁକୁଡାମାନଙ୍କର ନମୁନା ପରୀକ୍ଷା କରାଯିବ। ୪ଥର ନମୁନା ପରୀକ୍ଷା ପରେ ଯଦି ରିପୋର୍ଟ ନେଗେଟିଭ ଆସିବ ତେବେ ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।






More Stories
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..