ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ ବନ୍ଦ ରହିବ କୁକୁଡା ଚାଷ। ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡା ଚାଷ ଉପରେ କଟକଣା ଲଗାଇଛି ପୁରୀ ପ୍ରଶାସନ। ପିପିଲି, ଡେଲାଙ୍ଗ, ନିମାପଡା, ସତ୍ୟବାଦୀରେ କୁକୁଡା ଚାଷ ବନ୍ଦ ରହିବ। ସଂକ୍ରମିତ ଅଞ୍ଚଳର ୧ କି.ମି ପରିସର ଭିତରେ କୁକୁଡା ଚାଷ ହୋଇପାରିବ ନାହିଁ। ୧ରୁ ୧୦ କି.ମି ପରିସରରେ କୁକୁଡା ବାହାରକୁ ପଠାଯାଇପାରିବ ନାହିଁ। ଏହାସହିତ ୧୫ଦିନରେ ଥରେ କୁକୁଡାମାନଙ୍କର ନମୁନା ପରୀକ୍ଷା କରାଯିବ। ୪ଥର ନମୁନା ପରୀକ୍ଷା ପରେ ଯଦି ରିପୋର୍ଟ ନେଗେଟିଭ ଆସିବ ତେବେ ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……