ରିପୋର୍ଟ କାର୍ଡ / ବାଲେଶ୍ବର
ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥାନ(ଡିଆର୍ଡିଓ) ଓ ଭାରତୀୟ ନୌସେନା ପକ୍ଷରୁ ଚାନ୍ଦିପୁରସ୍ଥିତ ଆଇଟିଆର ଲଞ୍ଚ୍ କମ୍ପ୍ଲେକ୍ସ-୩ରୁ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର(ଭିଏଲ୍-ଏସ୍ଆରସାମ)ର ସଫଳ ପରୀକ୍ଷଣ ହୋଇଯାଇଛି। ଏହି କ୍ଷେପଣାସ୍ତ୍ରକୁ ଏକ ମୋବାଇଲ ଲଞ୍ଚର୍ରୁ ପରୀକ୍ଷା କରାଯାଇଛି। ପରୀକ୍ଷଣ ସମୟରେ ବିଭିନ୍ନ ରାଡାର ଓ ଆଇଟିଆର୍ର ଟେଲିମେଟ୍ରିରୁ ମିଳିଥିବା ତଥ୍ୟକୁ ସମୀକ୍ଷା ପରେ ଡିଆର୍ଡିଓର ବୈଜ୍ଞାନିକମାନେ ଏହି ପରୀକ୍ଷା ସଫଳ ହୋଇଥିବା କହିଛନ୍ତି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାରରେ ଏହି ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।






More Stories
ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ…..
ସୋନମ ୱାଙ୍ଗଚୁକ୍ ଅନଶନ ସମାପ୍ତ କରିବାକୁ ରଖିଲେ ସର୍ତ୍ତ…..
ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..