ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ୍ରାସା ପିଲାଙ୍କୁ ମିଳିବ ନାହିଁ ବୃତ୍ତି | ଉତ୍ତର ପ୍ରଦେଶର ମଦ୍ରାସାଗୁଡ଼ିକରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ପାଇଁ ଆବେଦନ ନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ବୃତ୍ତି ଦିଆଯାଉଥିଲା। ସେହିପରି ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ଆଧାରରେ ବୃତ୍ତି ଯୋଗାଇ ଦିଆଯାଉଥିଲା। ଗତବର୍ଷ ୧୬,୫୫୮ଟି ମଦ୍ରାସାର ପ୍ରାୟ ୫ ଲକ୍ଷ ଶିକ୍ଷାର୍ଥୀ ବୃତ୍ତି ପାଇଥିଲେ। କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଶିକ୍ଷା ଅଧିକାର ଆଇନ ଅନୁସାରେ, ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି। ମଦ୍ରାସାଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଓ ବହିପତ୍ର ବି ମାଗଣାରେ ଦିଆଯାଉଛି। ଏଥିସହିତ ଶିକ୍ଷାର୍ଥୀମାନଙ୍କୁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି। ସେଥିପାଇଁ ଉପରୋକ୍ତ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କର ବୃତ୍ତି ବନ୍ଦ କରାଗଲା। କିନ୍ତୁ, କେବଳ ୯ମ ଓ ୧୦ମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ମିଳିବ। ସେଥିପାଇଁ ସେମାନେ ଆବେଦନ କରିପାରିବେ।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..