Report Card Odisha

| Daily Odia News

ନଏଡ଼ାରେ ଉତ୍ତେଜନା,ବ୍ୟାପକ ପୋଲିସ ମୁତୟନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନଏଡ଼ାରେ ହିଂସା ଆଶଙ୍କାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି | ତ୍ୟାଗୀ ସମ୍ପ୍ରଦାୟର ଲୋକମାନେ ନିକଟରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ସମର୍ଥନରେ ମହାପଞ୍ଚାୟତ ଡାକରା ଦେଇଥିବାରୁ ହିଂସା ଆଶଙ୍କାରେ ନଏଡ଼ାରେ ପୋଲିସ ମୁତୟନ କରାଯାଇଛି। ଗେଝା ଗାଁରେ ଥିବା ରାମଲୀଲା ମୈଦାନରେ ମେଳି ଆରମ୍ଭ ହୋଇଥିଲା। ପଶ୍ଚିମ ଉତ୍ତରପ୍ରଦେଶର ଗାଜିଆବାଦ, ମୁଜାଫରନଗର, ବୁଲନ୍ଦସହର, ବାଘପତ ଓ ହାପୁର ପ୍ରଭୃତି ଅଞ୍ଚଳରୁ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଏଥିରେ ଭାଗ ନେଇଥିଲେ। ସମ୍ଭାବ୍ୟ ଗଣ୍ଡଗୋଳ ଅଶଙ୍କାରେ ମହାପଞ୍ଚାୟତ ଅଞ୍ଚଳରେ ପ୍ରାୟ ୪୦୦୦ରୁ ଅଧିକ ପୋଲିସ ମୁତୟନ କରାଯାଇଥିଲା | ରାମଲୀଳା ମୈଦାନ ପାଖରେ ପ୍ରାୟ ୧୫୦୦ ସରକାରୀ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ନଏଡ଼ା ଟ୍ରାଫିକ୍ ପୋଲିସ ଏକ ଟ୍ରାଫିକ୍ ଡାଇଭର୍ସନ ପ୍ଲାନ ଇସ୍ୟୁ କରିଛି। ସୂଚନାଯୋଗ୍ୟ, ଜଣେ ଆତ୍ମଘୋଷିତ ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀ ନଏଡ଼ା ହାଉସିଂ ସୋସାଇଟିରେ ଜବରଦଖଲକୁ ବିରୋଧ କରୁଥିବା ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଠେଲିଦେବାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେକ୍ଟର ୧୧୦ରେ ଥିବା ରାମଲୀଳା ମୈଦାନରେ ମହାପଞ୍ଚାୟତ ଅନୁଷ୍ଠିତ ହେଉଛି ଯେଉଁଠି ପଶ୍ଚିମ ଉତ୍ତପ୍ରଦେଶ ତ୍ୟାଗୀ ସମ୍ପ୍ରଦାୟର ପ୍ରାୟ ୫୦,୦୦୦ ଲୋକ ଯୋଗ ଦେଇଛନ୍ତି। ତ୍ୟାଗୀ ସମ୍ପ୍ରଦାୟ ଅଭିଯୋଗ କରିଛି ଯେ ଶ୍ରୀକାନ୍ତ ତ୍ୟାଗୀଙ୍କ ନାଁରେ ବିଭିନ୍ନ ମିଥ୍ୟା ଧାରା ଲଗାଯାଇଛି ଏବଂ ତଦନ୍ତ ସମୟରେ ତାଙ୍କ ପରିବାରକୁ ହଇରାଣ କରାଯାଉଛି। ଶ୍ରୀକାନ୍ତଙ୍କୁ ଗିରଫ କରାଯିବା ଯୋଗୁ ତ୍ୟାଗୀ ସମ୍ପ୍ରଦାୟ ବଦନାମ ହୋଇଛି। ଭାରତୀୟ କିଷାନ ୟୁନିୟନ ମଧ୍ୟ ତ୍ୟାଗୀଙ୍କ ସପକ୍ଷରେ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିବା ସହ ଶ୍ରୀକାନ୍ତ ତ୍ୟାଗୀଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରାଯାଇଛି |

 

Breaking News