Report Card Odisha

| Daily Odia News

ଦେଶରେ ବଞ୍ଚିବାକୁ ହେଲେ କମ୍‌ ଖାଅ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ । ଯାହାକି ଦିନକୁ ଦିନକୁ ଭୟଙ୍କର ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରକୋରିଆର ତାନାଶାହା ଶାସକ କିମ-ଜଙ୍ଗ-ଉନ୍‌ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ଦେଶରେ ବଞ୍ଚିବାକୁ ହେଲେ କମ୍‌ ଖାଇବାକୁ ପଡିବ ବୋଲି କିମ ଜଙ୍ଗ ଉନ୍‌ କହିଛନ୍ତି । ଖାଦ୍ୟ ଯୋଗାଣର ଅଭାବ ପାଇଁ କିମ୍ ଏକ ” ସିରିଜ୍‌ ଅଫ୍‌ ଡେଭିଏସନ୍‌ “କୁ ଦାୟୀ କରି କହିଛନ୍ତି ଯେ କୃଷି କ୍ଷେତ୍ର ଏହାର ଉତ୍ପାଦନ ଯୋଜନା ପୂରଣ କରିବାରେ ବିଫଳ ହୋଇଥିବାରୁ ଲୋକଙ୍କ ଖାଦ୍ୟ ପରିସ୍ଥିତି ବର୍ତ୍ତମାନ ତିକ୍ତ ହୋଇପଡିଛି। ଆରଏଫଏକୁ ସୂତ୍ରରୁ ଜଣାପଡ଼ିଛି ଯେ ଆମର ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୨୦୨୫ ପର୍ଯ୍ୟନ୍ତ ଦେଶରେ ଏପରି ଖାଦ୍ୟ ସଙ୍କଟ ଦେଖାଦେବ । ତେଣୁ ଦେଶରେ ଯିଏ ବଞ୍ଚିବାକୁ ଅଛି, ତାକୁ କମ୍‌ ଖାଇବାକୁ ପଡିବ । ଦେଶରେ ଗତ କିଛି ଦିନ ହେଲା ଏପରି ଖାଦ୍ୟ ସଙ୍କଟ ଦେଖାଦେଇଛି । ଏଠାରେ ରହୁଥିବା ଲୋକଙ୍କ ପାଇଁ ଆବଶ୍ୟକ ଅନୁସାରେ କମ୍‌ ଖାଦ୍ୟ-ପାଣିର ଯୋଗାଣ ହେଉଛି । ଏପିରିକି ଖାଦ୍ୟ ଓ ପାଣିର ଦାମ୍‌ ମଧ୍ୟ ଆବଶ୍ୟକ ଠାରୁ ଢେର୍‌ ଅଧିକ ରହିଛି । ଏଥିପାଇଁ ଖାଦ୍ୟ ଆମଦାନୀକୁ ଦାୟୀ କରିଛନ୍ତି କିମ୍‌ । ଦେଶରେ ଖାଦ୍ୟ ଉତ୍ପାଦନ ଆପୃତି ଯୋଜନା ବିଫଳ ରହିଛି । ସେହିପରି ଉତ୍ତର କୋରିଆରେ ଲାଗିଥିବା ପ୍ରତିବନ୍ଧ, କରୋନା ମହାମାରୀ, ଗତବର୍ଷର ଝଡ଼ ତୋଫାନ ଲାଗି ଦେଶରେ ଖାଦ୍ୟ ସାମଗ୍ରୀ ଉପରେ ପ୍ରଭାବ ପକାଇଛି । କିମ୍‌ ଜଙ୍ଗ ଉନ୍‌ କିଛି ଦିନ ତଳେ ପ୍ରବଳ ବର୍ଷା ଲାଗି ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ନିୟୋଜିତ କରିଛନ୍ତି । ଦେଶ ଏବେ ଖରାପ ସ୍ଥିତି ଦେଇ ଗତି କରୁଛି । ପଡୋଶୀ ଦେଶ ସହିତ ହୋଇଥିବା ଏକ ବୈଠକରେ ୨୦୨୫ ଯାଏଁ ଏଭଳି ଖାଦ୍ୟର ସ୍ଥିତି ଲାଗି ରହିବ ବୋଲି କିମ୍‌ କହିଛନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତରକୋରିଆରେ ଦେଖା ଦେଉଥିବା ଏବେକାର ସଙ୍କକୁ ୧୯୯୦ରେ ଦେଶ ସାମ୍ନା କରିଥିବା ପ୍ରାକୃତିକ ଦୁର୍ବିପାକ ସହିତ ଯୋଡାଯାଉଛି । ସୋଭିୟତ ସଂଘର ପତନ ପରେ ଏଭଳି ପ୍ରାକୃତିକ ବିପଦ ଦେଖାଦେଇଥିଲା । ଉତ୍ତରକୋରିଆରେ ଖାଦ୍ୟ ଅଭାବରୁ ସେହି ସମୟରେ ପ୍ରାୟ ୩୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା ।

 

 

Breaking News