ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କଡ଼ା ଚେତାବନୀ ନେଇ କହିଛନ୍ତି ଆମେରିକା ଏବଂ ଦକ୍ଷିଣ କୋରିଆ ସହିତ ଯୁଦ୍ଧ ହେଲେ ଆଣବିକ ଅସ୍ତ୍ର ବ୍ୟବହାର ହେବ | ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁସାରେ- ଗୁରୁବାର କିମ ଜଙ୍ଗ ଉନ କହିଛନ୍ତି ଯେ କୌଣସି ସମସ୍ୟା ହେଲେ ଆମେରିକାକୁ ମୁକାବିଲା କରିବା ପାଇଁ ଦେଶରେ ପରମାଣୁ ଅସ୍ତ୍ରର ପରିଚାଳନା ପାଇଁ ପ୍ରସ୍ତୁତ ହେଉଛି। ଜୁଲାଇ ୨୭ରେ ଆୟୋଜିତ କୋରିଆନ ଯୁଦ୍ଧର ୬୯ ତମ ବାର୍ଷିକି କାର୍ଯ୍ୟକ୍ରମରେ ଯୋଗ ଦେଇ କିମ ଏଭଳି ବୟାନ ଦେଇଛନ୍ତି। ଆମେରିକା ବିରୋଧରେ ଖୋଲାଖୋଲି ଏଭଳି ଚେତାବନୀ ପୁଣିଥରେ କିମଙ୍କୁ ଚର୍ଚ୍ଚାକୁ ଆଣିଛି। ରିପୋର୍ଟ ଅନୁସାରେ, କିମ କହିଛନ୍ତି ଯେ ଆମେରିକା ସହ ପରମାଣୁ ଯୁଦ୍ଧ ଲଢ଼ିବା ବିପଦ ହୋଇପାରେ। ତେବେ ଆମେରିକା ଉତ୍ତର କୋରିଆକୁ ଏପରି କରିବାକୁ ବାଧ୍ୟ କରୁଛି ବୋଲି କିମ କହିଛନ୍ତି। ସେ କହିଛନ୍ତି “ କୌଣସି ପ୍ରକାରର ବିପଦକୁ ସାମ୍ନା କରିବାକୁ ଆମର ସେନା ଭଲ ଭାବରେ ପ୍ରସ୍ତୁତ ଅଛି। ଏବଂ ଆମର ଦେଶର ପରମାଣୁ ଶକ୍ତିର ସମ୍ପୂର୍ଣ୍ଣ କ୍ଷମତା ରହିଛି।” ସୂଚନା ଥାଉକି, ୨୦୧୭ ପରେ ଉତ୍ତର କୋରିଆ ନିଜର ପ୍ରଥମ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ଏନେଇ କିମ କହିଛନ୍ତି ଯେ ଯୁଦ୍ଧର ୭୦ ବର୍ଷ ପରେ ଆମେରିକା ସବୁବେଳେ ଦକ୍ଷିଣ କୋରିଆ ସହ ମିଶି ଉତ୍ତର କୋରିଆ ବିରୋଧରେ ବେଆଇନ ଓ ବିପଦମୂଳକ କାର୍ଯ୍ୟରେ ଲିପ୍ତ ରହୁଛି। ତେଣୁ ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ଆମେରିକା ସହ ମୁହାଁମୁହଁ ହେବାକୁ ଉତ୍ତର କୋରିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କିମ କହିଛନ୍ତି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..