ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରୁ ଚୋରି। ଦକ୍ଷିଣ ୨୪ ପରଗନାରେ ଥିବା ପାର୍ଥଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ଏହି ଘଟଣା ଜୁଲାଇ ୨୭ ରାତିରେ ଘଟିଛି । ସୂଚନାନୁସାରେ, ଚୋରମାନେ ତାଲା ଭାଙ୍ଗି ମନ୍ତ୍ରୀଙ୍କ ଘରେ ପଶିଥିଲେ ଏବଂ ଚୋରି କରିଥିଲେ। ପଡ଼ୋଶୀ କହିଛନ୍ତି ଯେ ଚୋରମାନେ ସେମାନଙ୍କ ଘରୁ ଅନେକ ଜିନିଷ ନେଇ ଯାଇଛନ୍ତି। ସେମାନେ ଅନେକ ବ୍ୟାଗରେ ଭର୍ତ୍ତି କରି ଘରୁ ସାମଗ୍ରୀ ଚୋରି କରିଛନ୍ତି। ସେଠାକାର ଲୋକମାନେ କହିଛନ୍ତି ଯେ ପ୍ରଥମେ ସେମାନେ ଭାବିଥିଲେ ଯେ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ଆଉ ଏକ ଚଢ଼ଉ କରିଛି। ହେଲେ ପରେ ଏହା ଜଣାପଡିଥିଲା ଯେ ଏହା ଚଢ଼ଉ ନୁହେଁ ବରଂ ଚୋରି ଥିଲା ବୋଲି । ଏବେ ଏନେଇ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।






More Stories
ଏଣକି ରୁପା ଅଳଙ୍କାରରେ ମିଳିବ ଲୋନ୍…..
ପିଲାଙ୍କ ପାଇଁ ଆରଜେଡି କଣ କରିବାକୁ ଚାହୁଁଛି……
ଭାରତ ଆସିବେ ଟ୍ରମ୍ପ୍…..