Report Card Odisha

| Daily Odia News

ପରମାଣୁ ଆକ୍ରମଣ ଧମକ ଦେଲା ଉତ୍ତର କୋରିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି ଥରେ ପରମାଣୁ ଆକ୍ରମଣ ଧମକ ଦେଇଛି ଉତ୍ତର କୋରିଆ | ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ରେ ପଡ଼ିଥିବା ଏକ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ନେତା କିମ୍ ଜଙ୍ଗ-ଉନ୍ ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି । ଗୁରୁବାରଦିନ ସେ ପ୍ରଥମ ଥର ପାଇଁ ନିଜ ଝିଅ ସହ ସର୍ବସାଧାରଣରେ ଆସି ଏହି ଚେତାବନୀ ଶୁଣାଇଛନ୍ତି । ବିଗତ କିଛି ମାସ ହେଲା ତାଙ୍କ ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ପ୍ରକାଶ ପାଉଥିବାବେଳେ ସର୍ବସାଧାରଣରେ ବାହାରି ସେ ଉକ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି । ଉତ୍ତର କୋରିଆର ଗଣମାଧ୍ୟମ ରିପୋର୍ଟ ଅନୁସାରେ-“କିମ୍ ଜଙ୍ଗ-ଉନ୍ ଗୁରତ୍ବର ସହ ଘୋଷଣା କରିଛନ୍ତି ଯେ ଯଦି ଶତ୍ରୁମାନେ ଧମକ ଦେବା ଜାରି ରହନ୍ତି… ଆମ ଦଳ ଏବଂ ସରକାର ପରମାଣୁ ଅସ୍ତ୍ର ଶସ୍ତ୍ର ସହିତ ତାହାର ଚରମ ଜବାବ ଦେବେ” । ଗୁରୁବାର ଦିନ ତାଙ୍କ ଝିଅ ଏବଂ ପତ୍ନୀଙ୍କ ସହ କ୍ଷେପଣାସ୍ତ୍ର ଉତ୍ କ୍ଷେପଣରେ ଯୋଗ ଦେଇଥିଲେ । ଗୁରୁବାରଦିନ ଉତ୍ତରକୋରିଆ ପକ୍ଷରୁ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାର ଦିନକ ପରେ ଅର୍ଥାତ ଶୁକ୍ରବାରଦିନ ଜାପାନ ଓ ଆମେରିକା ଉତ୍ତରକୋରିଆ ଜଳସୀମା ନିକଟରେ ସାମରିକ ଅଭ୍ୟାସ କରିଥିଲେ । ଏହା ପରେ ହିଁ ଉତ୍ତରକୋରିଆ ପକ୍ଷରୁ ଏହି ଧମକ ଦିଆଯାଇଛି ।

Breaking News