ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସେନାର ଶୀର୍ଷସ୍ତରୀୟ ଜେନେରାଲ୍ଙ୍କୁ ବହିଷ୍କାର କରି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ସମ୍ଭାବ୍ୟ ଯୁଦ୍ଧ ନିମନ୍ତେ ଅଧିକ ପ୍ରସ୍ତୁତି ହେଉଛନ୍ତି | ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ଏବଂ ସମରାଭ୍ୟାସ ବ୍ୟାପକ କରିବା ଲାଗି ସେନାକୁ ଆହ୍ବାନ ଦେଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଉତ୍ତର କୋରିଆର ଶତ୍ରୁମାନଙ୍କୁ ପ୍ରତିହତ କରିବା ପାଇଁ ପ୍ରତିଆକ୍ରମଣ ଯୋଜନା ବିଷୟରେ ଆଲୋଚନା କରୁଥିବା ‘ସେଣ୍ଟ୍ରାଲ୍ ମିଲ୍ଟାରି କମିସନ୍’ର ଏକ ବୈଠକରେ କିମ୍ ଉପରୋକ୍ତ ବିବୃତି ଦେଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଶୀର୍ଷସ୍ତରୀୟ ଜେନେରାଲ୍ ‘ଚିଫ୍ ଅଫ୍ ଦି ଜେନେରାଲ୍ ଷ୍ଟାଫ୍’ ପାକ୍ ସୁ ଇଲ୍ଙ୍କ ସ୍ଥାନରେ ଜେନେରାଲ୍ ରି ୟଙ୍ଗ୍ ଗିଲ୍ଙ୍କୁ ନିଯୁକ୍ତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ରି’ଙ୍କ ହାତରେ ରହିବ କି, ନାହିଁ ତାହା ମଧ୍ୟ ଅସ୍ପଷ୍ଟ। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଅସ୍ତ୍ରଶସ୍ତ୍ର ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି ବ୍ୟାପକ କରିବା ଲାଗି ମଧ୍ୟ କିମ୍ ଲକ୍ଷ୍ୟ ରଖିଛନ୍ତି। ଗତ ସପ୍ତାହରେ ସେ ଅସ୍ତ୍ର ନିର୍ମାଣ କାରଖାନା ପରିଦର୍ଶନ କରି ଅଧିକ ‘ମିସାଇଲ୍ ଇଞ୍ଜିନ୍’, କମାଣ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ ଲାଗି ଆହ୍ବାନ ଦେଇଥିଲେ।
ସେହିପରି, ଯୁଦ୍ଧ ନିମନ୍ତେ ସୈନ୍ୟଙ୍କୁ ସଜାଗ ରଖିବା ଲାଗି ଦେଶର ସଦ୍ୟତମ ଅସ୍ତ୍ରଶସ୍ତ୍ର ଓ ଉପକରଣ ଆଦିକୁ ନେଇ ସମରାଭ୍ୟାସ କରିବା ଲାଗି ମଧ୍ୟ ସେ ସେନାକୁ ଆହ୍ବାନ ଦେଇଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……