ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ନାନା ଚର୍ଚ୍ଚା ହେଉଛି। ସିଡନୀରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟରେ ସେ ଖେଳୁ ନ ଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି। ତେବେ ରୋହିତ ନିଜ ଅବସର ସମ୍ପର୍କରେ ମୁହଁ ଖୋଲି ସ୍ପଷ୍ଟ କରିଛନ୍ତି। ସେ ଅବସର ନେଇନାହାନ୍ତି ବୋଲି କହିଛନ୍ତି। ରୋହିତ କହିଛନ୍ତି, ସେ ବର୍ତ୍ତମାନ କ୍ରିକେଟ ଛାଡ଼ି କୁଆଡେ ଯାଉନାହାନ୍ତି। ସେ କଠିନ ପରିଶ୍ରମ କରୁଥିଲେ, କିନ୍ତୁ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ତେଣୁ ସିଡନୀ ଟେଷ୍ଟରେ ସେ ନିଜେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଷ୍ଟାରସ୍ପୋର୍ଟ୍ସ ସହିତ ଆଲୋଚନା ବେଳେ କହିଛନ୍ତି, ମୁଁ ଏତେଶୀଘ୍ର ଅବସର ନେଉନାହିଁ। ମୋ ପ୍ରଦର୍ଶନ ଭଲ ନ ଥିବାରୁ ଚଳିତ ଟେଷ୍ଟରେ ଖେଳୁନାହିଁ। କଠିନ ପରିଶ୍ରମ ଜାରି ରଖିବି ଏବଂ ଖୁବଶୀଘ୍ର ଦଳକୁ ଫେରିବି। କୌଣସି ବ୍ୟକ୍ତି ମୋ ବିଷୟରେ ଗଣମାଧ୍ୟମରେ କ’ଣ ଲେଖିଲେ ସେଥିରୁ ତାଙ୍କ ଉପରେ କୌଣସି ଫରକ ପଡ଼ିନାହିଁ। ସେମାନେ ଆମ ପାଇଁ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ରୋହିତ କହିଛନ୍ତି।
More Stories
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……