ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ତିଆରି ହେଉଥିବା ୨ ପ୍ରକାରର କଫ ସିରପ୍ ଉଜବେକିସ୍ତାନରେ ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। ନୋଏଡା ଭିତ୍ତିକ କମ୍ପାନୀ ମାରିଅନ ବାୟୋଟେକ୍ ପିଲାଙ୍କ ପାଇଁ ପ୍ରସ୍ତୁତ କରୁଥିବା ୨ ପ୍ରକାରର ସିରପ୍ ଉପରେ ଏପରି ରୋକ ଲଗାଯାଇଛି। ପିଲାଙ୍କ ପାଇଁ ଏହି ସିରପ୍ ସୁରକ୍ଷିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି। ମେଡିକାଲ ପ୍ରଡକ୍ଟ ଆଲର୍ଟ ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମାରିଅନ ବାୟୋଟେକ ପ୍ରସ୍ତୁତ କରୁଥିବା ସବ୍ଷ୍ଟାଣ୍ଡାର୍ଡ ମେଡିକାଲ ପ୍ରଡକ୍ଟ, ଯେଉଁଥିରେ ଏମିତି କିଛି ଦୂଷିତ ଉପାଦନ ରହିଛି ଯାହା ଗୁଣବତ୍ତା ଓ ସୁରକ୍ଷା ସମ୍ପର୍କିତ ମାନଦଣ୍ଡକୁ ହାସଲ କରିବାରେ ବିଫଳ। ତେଣୁ ଏହାକୁ ବ୍ୟବହାର କରାନ ଯିବା ଦରକାର। ୨୦୨୨ ଡିସେମ୍ବର ୨୨ରେ ଉଜବେକିସ୍ତାନରୁ କମ୍ପାନୀ ପ୍ରସ୍ତୁତ କରୁଥିବା ୨ଟି ସର୍ବଷ୍ଟାଣ୍ଡାର୍ଡ ବା ଖରାପ କଫ ସିରପ ଚିହ୍ନଟ କରାଯାଇଥିଲା। ଏହାକୁ ପରୀକ୍ଷା କରିବା ପରେ ଏଗୁଡ଼ିକ ପିଲାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଛି। AMBRONOL ସିରପ ଓ DOK-1 Max ସିରପକୁ ଭାରତର ଉତ୍ତର ପ୍ରଦେଶରେ ଥିବା ମାରିଅନ ବାୟୋଟେକ ପ୍ରାଇଭେଟ ଲିଃ ପକ୍ଷରୁ ତିଆରି କରାଯାଉଛି। ଆଜିକା ତାରିଖରେ କମ୍ପାନୀ ପକ୍ଷରୁ ସୁରକ୍ଷା ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କୌଣସି ପ୍ରକାରର ସୁରକ୍ଷା ଗ୍ୟାରେଣ୍ଟି ଦିଆଯାଇନି। ତେଣୁ ଏହା ଉପରେ ରୋକ ଲଗାଯାଉଥିବା ସଂଗଠନ କହିଛି।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..