ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମିଲ ହେବେନାହିଁ। ପୁଟିନ ବିଭିନ୍ନ କାରଣ ଦର୍ଶାଇ ସମ୍ମିଳନୀକୁ ଆସିପାରିବେ ନାହିଁ ବୋଲି କହିଥିବା ବେଳେ ଜିନ୍ପିଙ୍ଗ ନଆସିବାର କାରଣ କୁହାଯାଇନାହିଁ। ଏହାକୁ ନେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ତିକ୍ରିୟା ରଖିଛନ୍ତି। କହିଛନ୍ତି, ବିଭିନ୍ନ ସମୟରେ ଜି-୨୦ ବୈଠକରେ କିଛି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କୌଣସି କାରଣରୁ ନ ଆସିବାକୁ ନିଷ୍ପତ୍ତି ନେଇଥାନ୍ତି। ତେବେ ଏହି ଅବସରରେ ଉକ୍ତ ଦେଶର ପ୍ରତିନିଧିତ୍ବ ରହିଥାଏ ଏବଂ ସବୁକିଛି ଠିକ୍ଠାକ ଚାଲେ। କୌଣସି ନେତାଙ୍କ ଅନୁପସ୍ଥିତି ବୈଠକ ଉପରେ ଆଦୌ ପ୍ରଭାବ ପକାଏ ନାହିଁ। ସମସ୍ତ ରାଷ୍ଟ୍ର ଜି-୨୦ ସମ୍ମିଳନୀକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଭାରତର ଏଜେଣ୍ଡା ପ୍ରତି ସବୁ ରାଷ୍ଟ୍ରଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ସୂଚନାଯୋଗ୍ୟ, ଜି-୨୦ ସମ୍ମିଳନୀରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସ୍ଥାନରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ୍ ଯୋଗଦେବେ। ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସ୍ଥାନରେ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭ୍ରୋବ ସାମିଲ ହେବେ।






More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..