ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ବିଆର୍ ଆମ୍ବେଦକରଙ୍କ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସ୍ବାଧିକାର ନୋଟିସ୍ ଦାଖଲ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ନୋଟିସ୍ରେ ଖଡ଼ଗେ ଅଭିଯୋଗ କରିଛନ୍ତି ଯେ ଶାହଙ୍କ ମନ୍ତବ୍ୟ ସମ୍ବିଧାନ ପ୍ରଣେତାଙ୍କ ପ୍ରତି ଅପମାନ ଏବଂ ଏହା ଅଧିକାରର ଉଲ୍ଲଂଘନ ଓ ଗୃହ ପ୍ରତି ଅବମାନନା ସଦୃଶ। ଖଡ଼ଗେ ତାଙ୍କ ନୋଟିସ୍ରେ ଲେଖିଛନ୍ତି, ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ରାଜ୍ୟ ପରିଷଦ (ରାଜ୍ୟସଭା)ର କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ଆଚରଣ ନିୟମର ଧାରା ୧୮୮ ଅନୁଯାୟୀ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଉଛି। ଡିସେମ୍ବର ୧୭ ତାରିଖରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଆଲୋଚନା ସମୟରେ ଶାହ ଆମ୍ବେଦକରଙ୍କ ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଅପମାନଜନକ ଥିଲା। ଗୃହମନ୍ତ୍ରୀ ଦେଇଥିବା ମନ୍ତବ୍ୟର ପ୍ରତ୍ୟେକ ଶବ୍ଦ ସ୍ପଷ୍ଟ ଭାବରେ ବ୍ୟଙ୍ଗାତ୍ମକ ଓ ଅରୁଚିକର। ଗୃହମନ୍ତ୍ରୀଙ୍କ ଏଭଳି ଆଚରଣ ସ୍ବାଧିକାର ଉଲ୍ଲଂଘନ ଓ ଗୃହ ପ୍ରତି ଅବମାନନା ସଦୃଶ ବୋଲି ଉଲ୍ଲେଖ କରି ଖଡଗେ କହିଛନ୍ତି, ଗୃହମନ୍ତ୍ରୀଙ୍କ ବିରୋଧରେ ଅଧିକାର ମାମଲା ଆରମ୍ଭ କରାଯିବା ଉଚିତ।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..