ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶନିବାର ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଏକ ନୋଟିସ ଜାରି କରିଛନ୍ତି। ନୋଟିସ୍ରେ ଅଦାଲତ ତାଙ୍କୁ ମଦ ନୀତି ମାମଲାରେ ଗିରଫ ହେବା ପରେ ତାଙ୍କ ସ୍ବାମୀ ବ୍ୟକ୍ତିଗତ ଭାବେ କୋର୍ଟଙ୍କୁ ସମ୍ବୋଧିତ କରୁଥିବା ବେଳେ କୋର୍ଟ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହଟାଇବାକୁ କହିଛନ୍ତି। ଜଷ୍ଟିସ୍ ନୀନା ବନସଲ କ୍ରିଷ୍ଣା ଏବଂ ଅମିତ ଶର୍ମାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଅପ୍ଲୋଡ୍ ହୋଇଥିବା ଉକ୍ତ ବିଷୟବସ୍ତୁକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓକିଲ ବୈଭବ ସିଂଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଏଲ)ର ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓଟି ହେଉଛି ମାର୍ଚ ୨୮ ତାରିଖର। ସେଥିରେ କେଜ୍ରିୱାଲ୍ ସ୍ବତନ୍ତ୍ର ବିଚାରପତି (ପିସି ଆକ୍ଟ) କାବେରୀ ବାୱେଜାଙ୍କୁ ସମ୍ବୋଧିତ କରିଥିଲେ। ଇଡି ଦ୍ବାରା ଗିରଫ ହେବା ପରେ ତାହା ଥିଲା କେଜ୍ରିୱାଲ୍ଙ୍କ ଦ୍ବିତୀୟ କୋର୍ଟ ଶୁଣାଣି। ଓକିଲ ବୈଭବ ସିଂ ଯୁକ୍ତି କରିଛନ୍ତି ଯେ ଉକ୍ତ ତାରିଖ ଦିନ କେଜ୍ରିୱାଲ ରାଉସ୍ ଆଭେନ୍ୟୁ କୋର୍ଟକୁ ସମ୍ବୋଧିତ କରିବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ଏବଂ ଅନ୍ୟ ବିରୋଧୀ ଦଳ ସହ ଜଡିତ ଅନେକ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ କୋର୍ଟର ପ୍ରକ୍ରିୟାର ଭିଡିଓ / ଅଡିଓ ରେକର୍ଡିଂ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ। ଜଣେ ଏକ୍ସ ବ୍ୟବହାରକାରୀଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଏକ ଅଡିଓ ରେକର୍ଡିଂକୁ ସୁନୀତା କେଜ୍ରିୱାଲ ମଧ୍ୟ ପୁଣି ଥରେ ପୋଷ୍ଟ କରିଥିଲେ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..