ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ୩୦ ତାରିଖରେ ଯାଞ୍ଚ । ଜୁଲାଇ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ସୂଚନା ଥାଉକି, ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା, ଲୋକସଭା ଓ ବିଧାନସଭାର ନିର୍ବାଚିତ ସଦସ୍ୟମାନେ ଭୋଟ୍ କରିବେ । ରାଜ୍ୟସଭାର ୨୩୩ ସାଂସଦ, ଲୋକସଭାର ୫୪୩ ସାଂସଦ ଓ ପ୍ରତି ରାଜ୍ୟର ମୋଟ ୪୧୨୦ ବିଧାୟକ ଏଥିପାଇଁ ଭୋଟ୍ ଦେବେ । ଯାହାର ମୋଟ୍ ସଂଖ୍ୟା ହେଉଛି ୪୮୯୬ । ତେବେ ଚଳିତ ଥର ଇଲେକ୍ଟୋରାଲ କଲେଜର ଭୋଟ୍ ଭାଲ୍ୟୁର ପରିମାଣ ମୋଟ ୧୦,୮୬,୪୩୧ ହୋଇଥିବାବେଳେ, ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ୫,୪୩, ୨୧୬ ଭୋଟ୍ ଦରକାର ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……