ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଖାଦେଲାଣି ପେଟ୍ରୋଲ ଡିଜେଲର ଘୋର ଅଭାବ। ରାଜ୍ୟରେ ପାଖାପାଖି ୨୦୦୦ ପେଟ୍ରୋଲ ପମ୍ପ ଶୁଖିଲା ପଡିଛି । ୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହେବାକୁ ବସିଲାଣି। ପେଟ୍ରୋଲ ତୁଳନାରେ ଡିଜେଲର ଅଭାବ ଅଧିକ ରହିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରଜସ୍ଥାନ ଆଗକୁ ବଡ ସଙ୍କଟ ଦେଇ ଗତି କରିବାରେ ବୋଲି ଅନୁମାନ କରାଯାଉଛି। ରାଜସ୍ଥାନରେ ଆଗକୁ ଡିଜେଲ-ପେଟ୍ରୋଲ ଯୋଗାଣର ଅଘୋଷିତ କାଟ ଏକ ବଡ଼ ସଙ୍କଟ ଆଣିପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଦୟପୁର, ଯୋଧପୁର, ବଂସୱାଡା, ଦୌସା ଏବଂ ଅଲୱାର ସମେତ ୧୬ଟି ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ଫଲରେ ନାହିଁନଥିବା ଅସୁବିଧା ଦେଇ ଗତି କରିଛନ୍ତି ଲୋକେ। ବାସ୍ତବରେ, କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବା ପରେ ତୈଳ କମ୍ପାନୀଗୁଡିକ ଯୋଗାଣ କମାଇ ଦେଇଛନ୍ତି। ଯଦି ୨୪ଘଣ୍ଟା ମଧ୍ୟରେ ତୈଳ ଯୋଗାଣ ନହୁଏ ତେବେ ରାଜସ୍ଥାନର ୩ ହଜାର ପମ୍ପରେ ପେଟ୍ରୋଲ ଡିଜେଲ ସରିଯିବ। ସେପଟେ ପାଲି ଜିଲ୍ଲାରେ, ESSAR ଏବଂ ରିଲାଏନ୍ସର ୧୪ଟି ପେଟ୍ରୋଲ ପମ୍ପରେ ତାଲା ଝୁଲି ସାରିଲାଣି। କିଛି ଦିନ ପୂର୍ବରୁ ରାଜ୍ୟରେ ଥିବା ୧୫୦୦ ରୁ ଅଧିକ ରିଲାଏନ୍ସ ଏବଂ ଏସରର ପେଟ୍ରୋଲ ପମ୍ପକୁ ବନ୍ଦ କରିଦିଆଯାଇଥିଲା। ପେଟ୍ରୋଲ ପମ୍ପ ସଂଚାଳକଙ୍କ କହିବା ମୁତାବକ, ରାଜ୍ୟରେ ସାତ ଦିନ ହେବ ୬୫୦୦ରୁ ଅଧିକ ପେଟ୍ରୋଲ ପମ୍ପରେ ଚାହିଦା ଅନୁଯାୟୀ ତୈଳ କମ୍ପାନୀଗୁଡିକ ଯୋଗାଣ କରୁନାହାଁନ୍ତି। ଏହି କାରଣରୁ ତିନି ହଜାରରୁ ଅଧିକ ପମ୍ପରେ ତେଲ ସରିଯିବା ଭଳି ପରିସ୍ଥିତି ଉପୁଜିଛି। ଯଦି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିଜେଲ ଏବଂ ପେଟ୍ରୋଲ ଯୋଗାଣ ନହୁଏ ତେବେ ରାଜ୍ୟରେ ୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ପାଞ୍ଚ ହଜାରରୁ ଅଧିକ ପମ୍ପରେ ଡ୍ରାଏ ରନ୍ ସ୍ଥିତି ଉପୁଜିବ।






More Stories
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..