ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଲମ୍ବିତ ‘ବିଜେପି’ ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ବନ୍ଧୁକ ରଖିବା ଲାଗି ଲାଇସେନ୍ସ୍ ମିଳିଛି | ନୂପୁରଙ୍କ ଅନୁରୋଧ ରକ୍ଷାକରି ଆତ୍ମରକ୍ଷା ନିମନ୍ତେ ଦିଲ୍ଲୀ ପୋଲିସ ତାଙ୍କୁ ବନ୍ଧୁକ ଲାଇସେନ୍ସ୍ ପ୍ରଦାନ କରିଥିବା ନେଇ ସରକାରୀ ଅଧିକାରୀମାନେ କହିଛନ୍ତି। ତାଙ୍କୁ ହତ୍ୟା ଧମକ ମିଳୁଛି ବୋଲି ସେ ଅଭିଯୋଗ କରୁଥିଲେ। ଗତବର୍ଷ ମେ ୨୬ ତାରିଖରେ ଟେଲିଭିଜନ୍ ବିତର୍କରେ ପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ପ୍ରତିବାଦ ଓ ହିଂସା ପରିସ୍ଥିତି ସୃଷ୍ଟିକରିଥିଲା | ତାଙ୍କର ଏହି ଦାୟିତ୍ବହୀନ ମନ୍ତବ୍ୟ ‘ଦେଶରେ ନିଆଁ ଲାଗଇ’ ଥିବାରୁ କ୍ଷମା ମାଗିବା ଲାଗି ଜୁଲାଇ ମାସରେ ସୁପ୍ରିମ୍ କୋର୍ଟ ତାଙ୍କୁ କହିବା ପରେ ସେ ଅଧିକରୁ ଅଧିକ ହତ୍ୟା ଧମକ ପାଇଥିବା କଥା କହିଥିଲେ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..