Report Card Odisha

| Daily Odia News

୩ରେ ଓ.ଜେ.ଏସ୍‍. ମୁଖ୍ୟ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ବିଚାର ବିଭାଗ ସେବା ଓ.ଜେ.ଏସ୍‍.ର ମୁଖ୍ୟ ଳିଖିତ ପରୀକ୍ଷା ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ ଙ୍କ ପକ୍ଷରୁ ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ଦୁଇଟି ସିଟିଂରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ପୂର୍ବାହ୍ନ ସାଢ଼େ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପରୀକ୍ଷାପାଇଁ ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୋଟ ୯୯୪ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ଏଥିଲାଗି ଆସନ୍ତା ୨୮ ତାରିଖରେ ଓ.ପି.ଏସ୍‍.ସି. ୱେବ୍‍ସାଇଟ୍‍ରେ ଆଡ୍‍ମିଶନ ସାର୍ଟିଫିକେଟ୍‍ ଉପଲବ୍ଧ ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ଓପିଏସ୍‍ସିର ସୂଚନା ଅନୁସାରେ ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରଠାରେ ମୁଖ୍ୟ ଲିଖିତ ପରୀକ୍ଷା ହେବ ।

Breaking News