ରପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତିକୁ ଆକଳନ କରିବା ନେଇ ଏକ ସ୍ୱତନ୍ତ୍ର ସର୍ଭେ ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟକ୍ରମ ଚାଲିବ। ସମସ୍ତ ଅଙ୍ଗନୱାଡି ଓ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରକୁ ସର୍ଭେ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଉଛି | ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ରେ ସଂଗୃହୀତ ତଥ୍ୟକୁ ଡିଜିଟାଲ ପ୍ଲାଟଫର୍ମରେ ସଂରକ୍ଷିତ କରି ରଖିବା ପାଇଁ ପଦକ୍ଷେପ ନିଆଯାଇଛି । ଆସନ୍ତା ଜୁନ୍ ମାସରେ ଚିଠା ତାଲିକା ପ୍ରକାଶିତ କରାଯିବ ଏବଂ ଏ ନେଇ ରହିଥିବା ଆପତ୍ତି ଅଭିଯୋଗଗୁଡ଼ିକ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗ୍ରହଣ କରାଯାଇ ଶୁଣାଣି କରାଯିବ। ଜୁଲାଇ ମାସ ୧୨ତାରିଖରେ ଚୂଡାନ୍ତ ତଥ୍ୟ ପ୍ରକାଶ ପାଇବ।ଏଥିପାଇଁ ସବୁ ଜିଲ୍ଲାରେ ନିୟୋଜିତ ହେବାକୁ ଥିବା ଅଙ୍ଗନୱାଡି କର୍ମୀ ଏବଂ ଶିକ୍ଷକଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି । ତେବେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହି ସର୍ଭେ କାର୍ଯ୍ୟ ପାଇଁ ୧୦୧ଟି କେନ୍ଦ୍ର ପ୍ରତିଷ୍ଠା କରାଇଥିବା ଜଣାପଡିଛି।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..