ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ବିଜେଡି ୨୫ ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ବ ମିଳିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଆଜି ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି। ଏଣେ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ା ଓ ଗଜପତି ଓ ଦିବ୍ୟଶଙ୍କର ମିଶ୍ର କୋରାପୁଟଏବଂ ମାଲକାନଗିରି ଜିଲ୍ଲା ଦାୟିତ୍ବରେ ରହିବେ। ତେଣେ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ମୟୂରଭଞ୍ଜ, ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ବର, ସୁଧୀର କୁମାର ସାମଲଙ୍କୁ ବରଗଡ଼, ପ୍ରତାପ ଜେନାଙ୍କୁ ଭଦ୍ରକ, ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର,ଅମରେଶ ଜେନାଙ୍କୁ ଦେବଗଡ଼, ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କଟକ, ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର,ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର, ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଣବ ବଳବନ୍ତରାୟଙ୍କୁ କାଳହାଣ୍ଡି, ରବୀନ୍ଦ୍ର କୁମାର ଜେନାଙ୍କୁ ଖୋର୍ଦ୍ଧା, ଈଶ୍ବର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ପଦ୍ମନାଭ ବେହେରାଙ୍କୁ ନୟାଗଡ଼, ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୁନ୍ଦରଗଡ଼, ପ୍ରଦୀପ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ଦେବେଶ ଆଚାନର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..