ରିପୋର୍ଟ କାର୍ଡ / କଟକ
ଆଜି ଓସିଏର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି | ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଓସିଏର ସଞ୍ଜୟ ପ୍ୟାନେଲ। ୬ଟି ପଦବୀ ପାଇଁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ପାର୍ଥୀ । ସେହପରି ସଞ୍ଜୟ ବେହେରା ଦ୍ୱିତୀୟ ଥର ଭାବରେ ଓସିଏର ସମ୍ପାଦକ ଭାବରେ ନିଜର ଗାଦି ଅଧିକୃତ କରିଛନ୍ତି। ବିକାଶ ପ୍ରଧାନ ପୁଣି ଥରେ କୋଷାଧକ୍ଷ ପଦ ବଜାୟ ରଖିଛନ୍ତି। ଆଗାମୀ ଦିନରେ କିପରି ତୃଣମୂଳ ସ୍ତରରୁ କ୍ରିକେଟର ସୃଷ୍ଟି ହେବେ ତାହା ଉପରେ ଗୁରୁତ୍ୱ ଦିଆଯିବ ଓ ବାରବାଟୀ ଷ୍ଟାଡିଅମର ଆହୁରି ବିକାଶ କରାଯିବ ବୋଲି କହିଛନ୍ତି ସଭାପତି ପ୍ରଣବ ପ୍ରକାଶ ଦାସ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..