ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ଛାତ୍ରଛାତ୍ରୀ ଆଇଆଇଟିଗୁଡ଼ିକରେ ନାମଲେଖା ପାଇଁ କରୋନା କଟକଣା ମଧ୍ୟରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି। ଜେଇଇ ମେନ୍ରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଦୁଇ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବେ। ଚଳିତ ଥର ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ ଅନୁଷ୍ଠିତ ହେଉଛି। ୪ଟି ପର୍ଯ୍ୟାୟର ଜେଇଇ ମେନରେ କୃତିତ୍ବ ଛାତ୍ରଛାତ୍ରୀଙ୍କ ରାଙ୍କ ଆଧାର କରି ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ। ମୋଟ ୨ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାପଡିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..