ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ସଂସଦର ମୗେସୁମୀ ଅଧିବେଶନ ଅନୁଷ୍ଠିତ ହେବ। କରୋନା କଟକଣା ମଧ୍ୟରେ ଆୟୋଜିତ ଏହି ଅଧିବେଶନରେ ୧୯ଟି ବୖେଠକ ହେବ। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସଂସଦର ତିନୋଟି ଅଧିବେଶନ ହୋଇଛି, ଯେଉଁଥିରେ ବହୁ ସଂଖ୍ୟାରେ ସାଂସଦ ମାନେ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ଅକ୍ଟୋବର ୨୦୨୧ ମସିହାରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି। ଆମେ ଆମ ଟାର୍ଗେଟରୁ ପ୍ରାୟ ୧୦ ଦିନ ପଛରେ ଅଛୁ, ଏହାକୁ ଶୀଘ୍ର ଭରଣ କରିବୁ । ତେବେ ୨୦୨୨ ମସିହାରେ ସଂସଦ ଅଧିବେଶନ ନୂଆ ବିଲ୍ଡିଂରେ ବସିବ ବୋଲି ବାଚସ୍ପତି ଓମ ବିର୍ଲା ପ୍ରକାଶ କରିଛନ୍ତି ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..