ରିପୋର୍ଟ କାର୍ଡ / ବିହାର
ବିହାର ରାଜନୀତି କୁହୁଳୁଛି | ରାଜନୈତିକ ବାତାବରଣ ସରଗରମ ରହିଛି । ଦିଲ୍ଲୀରେ ନେତାଙ୍କ ମଧ୍ୟରେ ବସୁଛି ବାରମ୍ବାର ବୈଠକ | ଏହାକୁ ଦେଖି ବିହାର ରାଜନୈତିକ ଅସ୍ଥିରତା ବଢୁଥିବା ନେଇ ଦେଖିବାକୁ ମିଳୁଛି । ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଶ୍ୟାମ ରାଜକ ଏବଂ ମନୋଜ ସିହ୍ନାଙ୍କ ମଧ୍ୟରେ ହୋଇଛି ଏକ ରାଜନୈତିକ ବୈଠକ । ଆରଜେଡି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ୟାମ ରଜକ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ରାଜ୍ୟସଭା ସାଂସଦ ମନୋଜ ସିହ୍ନା ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ ଭେଟିଛନ୍ତି । ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହୋଇଛି । କାରଣ ରଜକ ଏହା ପୂର୍ବରୁ ଚିରାଗ ପାସୱାନଙ୍କ ସହ ଭେଟ କରିଥିଲେ । ଲାଲୁ ଯାଦବଙ୍କ ସହ ଶ୍ୟାମ ରଜକ ଏବଂ ମନୋଜ ସିହ୍ନାଙ୍କ ସାକ୍ଷାତ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା । ଏହାପୂର୍ବରୁ ଶ୍ୟାମ ରଜକ କଂଗ୍ରେସ ନେତା ମୀରା କୁମାର ଏବଂ ବିହାର ପ୍ରଭାରୀ ଥିବା ଭକ୍ତ ଚରଣ ଦାସଙ୍କୁ ମଧ୍ୟ ଭେଟିଥିଲେ । ସୂଚନା ଅନୁଯାୟୀ ଲାଲୁ ଯାଦବ ଶ୍ୟାମ ରଜକଙ୍କୁ ଭେଟିବା ପରେ ଏଲଜେପି ନେତା ଚିରାଗ ପାସୱାନଙ୍କୁ ଡାକିଥିଲେ । ନୂତନ ସମୀକରଣ ବିଷୟରେ ଲାଲୁ ଯାଦବ ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲା । ବାର୍ତ୍ତାଳାପ ପରେ ଚିରାଗ କହିଛନ୍ତି ଯେ ବିହାରର ରାଜନୈତିକ ବିକାଶ ଉପରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହ ଏକ ସୁସ୍ଥ ଆଲୋଚନା ହୋଇଛି । ସ୍ୱାସ୍ଥ ଖରାପ ହେତୁ ବାସ୍ତବରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଦିଲ୍ଲୀରେ ରହୁଛନ୍ତି । ଜେଲରୁ ବାହାରିବା ପରେ ସେ ଏପର୍ଯ୍ୟନ୍ତ ବିହାରକୁ ଆସିନାହାଁନ୍ତି । କିନ୍ତୁ ସେ ନିଜେ ଦିଲ୍ଲୀରୁ ରାଜନୈତିକ ବିକାଶ ଉପରେ ନଜର ରଖିଛନ୍ତି । ନିକଟରେ ତେଜସ୍ୱୀ ଯାଦବ ତାଙ୍କୁ ଆରଜେଡିର ପ୍ରତିଷ୍ଠା ଦିବସରେ ଏବଂ ଏଲଜେପି ପ୍ରତିଷ୍ଠାତା ରାମ ବିଲାସ ପାସୱାନଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜାଳୀ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ଚିରାଗ ପାସୱାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ମଧ୍ୟ ବେଶ୍ ଚର୍ଚ୍ଚା ହେଉଛି । ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଚିରାଗ ପାସୱାନ ନିଷ୍ପତ୍ତି ନେବେ । LJP ଏଲଜେପି ଦୁଇ ଭାଗ ହେବା ପରେ ଆରଜେଡି ଚିରାଗ ପାସୱାନଙ୍କ ଉପରେ ନଜର ରଖିଛି । କାରଣ ଚିରାଗ ପାସୱାନଙ୍କ ଚାଚା ପଶୁପତି କୁମାର ପାରସ ଯେଉଁ ଝଟକା ଦେଇଛନ୍ତି ସେଥିରେ ବହୁତ ଭାଙ୍ଗି ପଡିଛନ୍ତି ଚିରାଗ ପାସଓ୍ୱାନ୍ ।
Discussion about this post