ରିପୋର୍ଟ କାର୍ଡ / ଢେଙ୍କାନାଳ
ସିକିମରେ ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ ହୋଇଯାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ସେ। ଉଦ୍ଧାରକାରୀ ଦଳର ଭିଡିଓ କଲରେ ସହିଦଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ। ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ ହାବିଳଦାର ସରୋଜ କୁମାର ଦାସଙ୍କ ଅକାଳ ବିୟୋଗରେ ଗାଁରେ ଏବେ ବି ଶୋକାକୁଳ ପରିବେଶ ଲାଗି ରହିଛି। ସୂଚନାଯୋଗ୍ୟ, ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..