ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଇତିମଧ୍ୟରେ ସବୁ କଲେଜର ଅଧ୍ୟକ୍ଷଙ୍କୁ ଚିଠିଲେଖି ଖାଲି ରହିଥିବା ପଦବୀ ସଂଖ୍ୟା ସଂକ୍ରାନ୍ତରେ ତଥ୍ୟ ମାଗିଛନ୍ତି । ଅବସରଗ୍ରହଣ ପରେ ଖାଲି ପଡିବାକୁ ଥିବା ପଦବୀଗୁଡ଼ିକ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ୬୬୨ ଏବଂ ୪୮୮ ବର୍ଗ ସହିତ ସଂସ୍କୃତ କଲେଜ ଗୁଡ଼ିକରେ ମଧ୍ୟ ଖାଲିଥିବା ପଦବୀ ପୂରଣ ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ବର୍ଷ ଉଚ୍ଚଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍ ସି ଓ ଡି ବର୍ଗର ପଦ ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ ବୋଲି ବିଭାଗ ଦର୍ଶାଇଛି। ଏ ନେଇ ସବିଶେଷ ତାଲିକା ବିଭାଗ ପ୍ରସ୍ତୁତ କରିବା ସହ ଚଳିତ ବର୍ଷ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଖାଲି ପଡ଼ିଥିବା ୫୪ହଜାରରୁ ଅଧିକ ପଦଗୁଡ଼ିକର ପୂରଣ ଲାଗି ସରକାରୀସ୍ତରରେ ବିଧିବଦ୍ଧ ଘୋଷଣା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସରକାରୀ, ଅନୁଦାନପ୍ରାପ୍ତ କଲେଜ, ବିଶ୍ୱବିଦ୍ୟାଳୟ ସମେତ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡ଼ିକରେ ଖାଲିପଡ଼ିଥିବା ୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ ପୂରଣ ଲାଗି ଯୋଜନା କରିଛି। ଚଳିତ ବର୍ଷରେ ହିଁ ଏହି ପଦଗୁଡ଼ିକରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..