ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଜଣ ଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରୁ ୨୦୭ ଜଣଙ୍କର ଶବ ଚିହ୍ନଟ ହୋଇଥିବା ବେଳେ ୮୧ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ତେଣୁ ଏବେ ଏହି ମୃତଦେହକୁ କାହାକୁ ହସ୍ତାନ୍ତର କରାଯିବ ସେ ନେଇ ପ୍ରଶ୍ନ ଉଠିଛି । ତେବେ କୁହାଯାଉଛି ଯେ, ଏହି ଅଚିହ୍ନା ମୃତଦେହ ଛାତ୍ରଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରଖାଯିବ ଏବଂ ଏସବୁକୁ ଡାକ୍ତରୀ ଗବେଷଣା କ୍ଷେତ୍ରରେ ବ୍ୟବହାର କରାଯିବ । ଏଥିପାଇଁ ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି । ସୂଚନା ଅନୁସାରେ, ଆନାଟୋମୀ ଆକ୍ଟ ୧୯୭୫ର ଆଇନଗତ ଦିଗକୁ ତର୍ଜମା କରାଯାଉଛି । ଖୁବଶୀଘ୍ର ଏହି ମାମଲା ନେଇ ବଡ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର । ତେବେ ଯଦି ମୃତଦେହକୁ ଚିହ୍ନଟ କରିବା ପାଇଁ କେହି ନଆସନ୍ତି, ତେବେ ଏ ସମସ୍ତ ମୃତଦେହକୁ ଏମ୍ସ ମେଡିକାଲକୁ ହସ୍ତାନ୍ତର କରାଯିବ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଏହାକୁ ସଂରକ୍ଷିତ ରଖାଯିବ ବୋଲି ବିଚାର-ବିମର୍ଶ ଜାରି ରହିଛି ।






More Stories
ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀ ଲିଷ୍ଟରେ ୫ ନାଁ…..
ରାଜ୍ୟରେ ଖୋଲିବ ୩ ନୂଆ ମହାବିଦ୍ୟାଳୟ…..
ଭିଜିଲାନ୍ସ ଜାଲରେ ଆର୍ଆଇ…..