Report Card Odisha

| Daily Odia News

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ୧୦ ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ୧୪ ରୁ ୨୯ ତାରିଖ ଭିତରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଗୃହରେ ଆଲୋଚନା ହୋଇନପାରିବ, ୨୯ ତାରିଖରେ ଗିଲୋଟିନ୍ ରେ ପାରିତ ହେବ। ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ଗୃହ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚଳାଇବାକୁ ଅନୁରୋଧ କରିଛନ୍ତି ବାଚସ୍ପତି। ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଗୋଟିଏ ଦିନ ପ୍ରଶ୍ନକାଳ ପ୍ରଭାବିତ ହୋଇଥିବା ବେଳେ , ଦ୍ୱିତୀୟ ପର୍ଯ୍ୟାୟରେ କିପରି ପ୍ରଶ୍ନକାଳ ଶୃଙ୍ଖଳିତ ହେବ ସେ ନେଇ ପ୍ରୟାସ କରାଯିବ ବୋଲି କହିଛନ୍ତି ବାଚସ୍ପତି। ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ। ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଛାତ୍ରୀଙ୍କ ମା ଙ୍କୁ ଉଠାଇ ନେବା ,ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ବିଜେପି କହିଛି ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ିଛି। ମହିଳା ସୁରକ୍ଷିତ ନୁହେଁ, ଚୋରି,ଡକାୟତି ଚାଲିଛି। ଚାଷୀ ଆତ୍ମହତ୍ୟା ବଢୁଛି। ସରକାରୀ ତଥ୍ୟଠୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତି। ସବୁ କ୍ଷେତ୍ରରେ ସରକାର ବିଫଳ। ରୁଚିକା ପ୍ରସଙ୍ଗ ବି ଉଠାଇବ ଦଳ। ଗୃହ କାର୍ଯ୍ୟ ଅଧିକ ସମୟ ଚାଲିବ ବୋଲି ଆଶା ରଖୁଛୁ। କିନ୍ତୁ ଗୁରୁତର ପ୍ରସଙ୍ଗକୁ ସରକାର ଏଡ଼େଇଗଲେ ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେପଟେ ସରକାରୀ ମୁଖ୍ୟ ସଚେତକ କହିଛନ୍ତି ,ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ମୁଖ୍ୟ ପର୍ଯ୍ୟାୟ । ବିଭାଗୱାରୀ ଖର୍ଚ୍ଚଦାବି ଆଲୋଚନା ହେବ । ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ସେହି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଚାଲିବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ।

 

 

Breaking News