ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀଲଙ୍କାକୁ ମାଢି ବସିଛି ଅର୍ଥନୈତିକ ସଂକଟ ସହ ରାଜନୈତିକ ସଂକଟ । ଗତକାଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ବେଳେ ରାତିଅଧରେ ଗୋଟାବାୟା ଦେଶ ଛାଡ଼ି ପଳାୟନ କରିଛନ୍ତି । ସାଥିରେ ପତ୍ନୀ ଓ ୨ସୁରକ୍ଷାକର୍ମୀଙ୍କୁ ଧରି ଗୋଟାବାୟା ରାଜପକ୍ଷେ ମାଳଦ୍ୱୀପ ଚାଲିଯାଇଥିବା ସୂଚନା ମିଳିଛି । ଏନେଇ ଆଜି ବାଚସ୍ପତି ସଂସଦରେ ଗୋଟାବାୟାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେବେ । ପରେ ପରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଆଜି ନୂତନ ନାମ ଘୋଷଣା କରାଯିବ ବୋଲି କୁହାଯାଉଛି । ଶ୍ରୀଲଙ୍କାରେ ଅର୍ଥନୈତିକ ସଂକଟ ଦେଖା ଦେଇଥିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିକ୍ଷୋଭକାରୀ । ହଜାର ହଜାର ସଂଖ୍ୟକ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ଶାସକ ଦଳର କିଛି ନେତା ଓ କର୍ମୀଙ୍କ ଉପରେ ପୂର୍ବରୁ ଆକ୍ରମଣ ମଧ୍ୟ ହୋଇଛି । ଖାଲି ସେତିକି ନୁହେଁ ବିକ୍ଷୋଭକାରୀ ମାନେ ମଧ୍ୟ ରାଷ୍ଟ୍ରପତି ଭବନରେ ଧସେଇ ପଶିଥିବା ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ରାଷ୍ଟ୍ରପତି ଭବନରେ କିଛି ଯୁବକ ପଶିଥିବା ଭିଡିଓ ଭାଇରାଲ ହେଉଥିଲା । ଭିଡିଓରେ କିଛି ଯୁବକ ରାଷ୍ଟ୍ରପତି ଭବନରେ ମସ୍ତି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଶ୍ରୀଲଙ୍କାରେ ନିତ୍ୟ ବ୍ୟବହାର ଦ୍ରବ୍ୟର ଦର ଆକାଶ ଛୁଆଁ ରହିଛି । ଶ୍ରୀଲଙ୍କାରେ ଟମାଟୋ କିଲୋପ୍ରତି ୧୫୦ ଟଙ୍କା ରହିଥିବା ବେଳେ ମୂଳା କିଲୋ ୪୯୦ ଟଙ୍କା, ପିଆଜ ୨୦୦ ଟଙ୍କା ଓ ଆଳୁ ୨୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅନ୍ୟାନ୍ୟ ଦର ମଧ୍ୟ ବୃଦ୍ଧି ପାଇଛି ।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..