ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭ। ବଜେଟ୍ ଅଧିବେଶନର ପ୍ରଥମ ଦିନ |ଏ ଥିରେ ୨୭ଟି କାର୍ଯ୍ୟଦିବସ ରହିଛି। ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ। ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ପରଲୋକ ଗମନ କରିଥିବା ପୂର୍ବତନ ମନ୍ତ୍ରୀ ଡମ୍ବୁରଧର ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ମନ୍ତ୍ରୀ କମଳା ଦାସ ଓ ପୂର୍ବତନ ସଦସ୍ୟା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ସେହିପରି ପରଲୋକ ଗମନ କରିଥିବା ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀ, ବିଶିଷ୍ଟ ସମାଜ ସେବୀ ପଦ୍ମଶ୍ରୀ କମଳା ପୂଜାରୀ ଏବଂ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଶୋକ ପ୍ରସ୍ତାବ ଆଗତ ହେବାପରେ ଗୃହକାର୍ଯ୍ୟକୁ ଆସନ୍ତାକାଲି ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ । କାଲି ଗୃହରେ ରାଜ୍ୟାପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାନ ପ୍ରସ୍ତାବ ରଖାଯିବ ।
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ IPS ଅଫିସର….
ମେ’ ୧୫ରୁ ୨୦ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ…..