ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ଶୂନ୍ୟକାଳରେ ପ୍ରେସ୍ ଗ୍ୟାଲେରୀ ଓ ଲୋକସେବା ଭବନ ଭିତରକୁ ସାମ୍ବାଦିକଙ୍କୁ ଏଣ୍ଟ୍ରି କରିବା ପ୍ରସଙ୍ଗ ଉଠିଛି | ଏହାକୁ ନେଇ ଉଦ୍ବେଗ ପ୍ରକାଶ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି ଯେ, ସାମ୍ବାଦିକମାନଙ୍କୁ ତୁରନ୍ତ ଲୋକସେବା ଭବନ ଭିତରକୁ ଛାଡ଼ନ୍ତୁ । ସବୁ କିଛି ସ୍ୱାଭାବିକ ହେଲାଣି । କରୋନା ଗଲାଣି । ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ତେଣୁ ଏଭଳି ସ୍ଥିତିରେ ସାମ୍ବାଦିକଙ୍କୁ ଖବର ପରିବେଷଣ ପାଇଁ ଭିତରକୁ ଛାଡ଼ନ୍ତୁ । କେଉଁ କଥା ଲୁଚାଇବା ପାଇଁ ସରକାର ସାମ୍ବାଦିକମାନଙ୍କୁ ଛାଡୁ ନାହାନ୍ତି, ଏହା ଗଣତନ୍ତ୍ର ପାଇଁ କ୍ଷତିକାର ବୋଲି କହିଛନ୍ତି ମୋହନ ମାଝୀ । ଗଣମାଧ୍ୟମ ହେଉଛି ଚତୁର୍ଥ ସ୍ତମ୍ଭ। ତେଣୁ ସାମ୍ବାଦିକମାନଙ୍କୁ ତୁରନ୍ତ ବିଧାନସଭାର ପ୍ରେସ୍ ଗ୍ୟାଲେରୀ ଓ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁ। ସରକାର ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ମୋହନ କହିଛନ୍ତି । ଅପର ପକ୍ଷରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
More Stories
ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ….
ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ…..
୨୧ରୁ ଖରିଫ ଧାନ କିଣା ଆରମ୍ଭ…..