ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦିଦି ବିରୋଧୀଙ୍କୁ ଟାର୍ଗେଟ କରିବା ଛାଡ଼ି ମୋମୋ ତିଆରି କରିଛନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ମୋମୋ ବିକାଳିଙ୍କୁ ସାହାଯ୍ୟ କରିଥିବା ଦେଖାଯାଇଛି। ଟଙ୍କା ଦେଇ ନୁହେଁ ବରଂ ତାଙ୍କୁ ମୋମୋ ତିଆରି କରିବାରେ ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜନୀତିର ଅନେକ ବାଦ ବିବାଦ ମଧ୍ୟରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଭିନ୍ନ ଭିଡିଓ ସାମ୍ନାକୁ ଆସିଛି। ବିରୋଧୀଙ୍କୁ ଟାର୍ଗେଟ କରିବା ଛାଡ଼ି ମୋମୋ ତିଆରି କରିଛନ୍ତି ଦିଦି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ମୋମୋ ବିକାଳିଙ୍କୁ ସାହାଯ୍ୟ କରିଥିବା ଦେଖାଯାଇଛି। ଟଙ୍କା ଦେଇ ନୁହେଁ ବରଂ ତାଙ୍କୁ ମୋମୋ ତିଆରି କରିବାରେ ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ବୀରଭୂମ ହିଂସାକୁ ନେଇ ଦିଦି ଚର୍ଚ୍ଚରେ ରହିଛନ୍ତି। ବିରୋଧୀ ଦଳକୁ ଟାର୍ଗେଟ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରୁଛି ବୋଲି ଦୋଷାରୋପ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅଣ-ବିଜେପି ନେତାମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନଙ୍କୁ ବିଜେପି ବିରୋଧରେ ଏକଜୁଟ ହେବାକୁ କହିଛନ୍ତି। ମମତା ଚିଠିରେ ଲେଖିଛନ୍ତି, ବିରୋଧୀ ଦଳ ଭାବରେ ଏହି ସରକାରଙ୍କୁ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ କରିବା, ଅସନ୍ତୋଷର ସ୍ୱରକୁ ପ୍ରତିହତ କରିବା ଆମର ସାମ୍ବିଧାନିକ ଦାୟିତ୍ବ ଅଟେ। ସମସ୍ତଙ୍କ ସୁବିଧା ପାଇଁ ଦେଶର ସମସ୍ତ ପ୍ରଗତିଶୀଳ ଶକ୍ତି ଏକତ୍ରିତ ହୋଇ ବିଜେପି ସହିତ ଲଢ଼ିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।






More Stories
ଏଥର ଟିଏମସି ସମ୍ପୂର୍ଣ୍ଣ ସଫା…..
ଆରଏସଏସ“ରାଷ୍ଟ୍ରୀୟ ସରେଣ୍ଡର ସଂଘ”…..
ଅଶୋକ ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ…..