Report Card Odisha

| Daily Odia News

୪ଟା ଯାଏଁ ବିଧାନସଭା ମୁଲତବୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭା ଚାଲିପାରୁନି। ସର୍ବଦଳୀୟ ବୈଠକ ପରେ ବି ସ୍ୱାଭାବିକ ହୋଇପାରିଲାନି ଗୃହ । ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବାକୁ ନେଇ ବିଧାନସଭାରେ ଆଜି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଅଭିଯୋଗ କରିଥିଲେ | କହିଥିଲେ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଯୋଜନା କରିଛନ୍ତି ଓଡ଼ିଶା ସରକାର। ପେସା ଆଇନ ଲାଗୁ ପାଇଁ ବି ବିରୋଧୀ ଦାବି କରିଛନ୍ତି।ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହାପରେ ସର୍ବଦଳୀୟ ବୈଠକ ହୋଇଥିଲା। ହେଲେ ବୈଠକ ପରେ ପୁଣି ବିରୋଧୀ ହୋହଲ୍ଲା କରିବାରୁ ପ୍ରଥମେ ୪୫ ମିନିଟ୍ ଲାଗି ଓ ପରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

Breaking News