ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ନେଇ ହୋହାଲ୍ଲା ହୋଇଛି । ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ସରକାରଙ୍କୁ ଘେରିଛି। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ଏହା ସହିତ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି। ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ତାଙ୍କର ଇସ୍ତଫା ଦାବି କରିଥିଲେ। ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲି ଆସି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନାରାବାଜି କରିଥିଲେ। ଏହା ପୂର୍ବରୁ ପ୍ରଥମେ ବାଚସ୍ପତି ପୂର୍ବାହ୍ନ ସାଢ଼େ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। କିନ୍ତୁ ବିଜେପି ସଦସ୍ୟମାନେ ଉକ୍ତ ପ୍ରସଙ୍ଗରେ ପୁନର୍ବାର ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ସଦସ୍ୟମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରି ନିଜ ନିଜ ଆସନରେ ବସିବାକୁ ନିର୍ଦେଶକରିଥିଲେ। କିନ୍ତୁ ସଦସ୍ୟମାନେ କିଛି ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..