ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ସୋସିଆଲ ମିଡିଆକୁ ଫେରିବେ। ଏପରିକି ସେ ନିଜର ସୋସିଆଲ ମିଡିଆରେ ନିଜର କମ୍ପାନୀ ଲଞ୍ଚ୍ କରିବାନେଇ ଜଣାପଡିଛି । ଏବେ ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାଁନ୍ତିଭି ଟ୍ରମ୍ପ । ଗତ ଜାନୁଆରୀ ୬ରେ କ୍ୟାପିଟାଲ ବିଲଡିଂ ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟର, ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ସାଇଟ ତାଙ୍କୁ ବାସନ୍ଦ କରାଯାଇଥିଲା। କିନ୍ତୁ ଏବେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ଟ୍ରମ୍ପଙ୍କ ସୋସିଆଲ ମିଡିଆ ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ଟ୍ରମ୍ପଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ୱାଶିଂଟନରେ ଉତ୍ତେଜନା ଏବଂ ହିଂସା ପରେ ସମସ୍ତ ସୋସିଆଲ ମିଡିଆ କମ୍ପାନୀ ଟ୍ରମ୍ପଙ୍କୁ ନିଷିଦ୍ଧ କରିଥିଲେ। ପ୍ରଥମେ ଗୁଗୁଲ୍ ଏବଂ ଆପଲ ପରେ ୟୁଟ୍ୟୁବ, ଫେସବୁକ ଏବଂ ଟୁଇଟର ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅପଲୋଡ ହୋଇଥିବା ନୂତନ ଭିଡିଓ ବିଷୟବସ୍ତୁକୁ ଏହାର ପ୍ଲାଟଫର୍ମରୁ ହଟାଇ ଦେଇଥିଲା। ଏଥିସହ ସେବା ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ଥଗିତ ରଖାଯାଇଛି।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..