ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାନଦୀ ଜଳବିବାଦର ଶୁଣାଣି ହେବ | ଏହି ମାମଲାରେ ଉଭୟ ଓଡ଼ିଶା ଓ ଛତିଶଗଡ଼଼ ପ୍ରାଧିକରଣରେ ସାକ୍ଷୀ ତାଲିକା ଦାଖଲ କରିଛନ୍ତି। ଶୁଣାଣିର ମାତ୍ର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଦିନ ଛତିଶଗଡ଼଼ ତରଫରୁ ଦାଖଲ ସାକ୍ଷୀ ତାଲିକାରେ ସମୁଦାୟ ଆଠ ଜଣ ସାକ୍ଷୀ ରହିଥିବା ଜଣାପଡ଼ଛି। ଓଡ଼ିଶା ସରକାର ପୂର୍ବରୁ ଗତ ୧୫ ଜାନୁଆରୀରେ ପ୍ରାଧିକରଣରେ ସାକ୍ଷୀ ତାଲିକା ଦାଖଲ କରିଥିଲେ। ଗତ ୧୮ ଡ଼ିସେମ୍ବର ଶୁଣାଣିରେ ପ୍ରାଧିକରଣ ଉଭୟ ରାଜ୍ୟଙ୍କୁ ସାକ୍ଷୀ ତାଲିକା ଦାଖଲ ଏବଂ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ ମହାନଦୀ ଜଳ ପ୍ରବାହ ସମ୍ପର୍କିତ ବକେୟା ତଥ୍ୟ ଦେବାକୁ ନିର୍ଦ୍ଦେଶ ଜାରି କରିଥିଲେ। ସେହି ଅନୁଯାୟୀ ଓଡ଼ିଶା ଓ ଛତିଶଗଡ଼଼ ସରକାରଙ୍କ ପ୍ରତିନିଧି ବକେୟା ତଥ୍ୟ ପାଇଁ ଗତ ଦେଢ଼ ମାସ ମଧ୍ୟରେ ନାର୍ବାର୍ଡ, କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ମୃତ୍ତିକା ସଂରକ୍ଷଣ ସଂସ୍ଥା ଆଦି ନଅ ଗୋଟି କେନ୍ଦ୍ରୀୟ ସଂସ୍ଥାର ଅଧିକାରୀଙ୍କ ସହ ଥରେ ଲେଖାଏଁ ବୈଠକ କରିଛନ୍ତି। ତଥ୍ୟ ଅଭାବରୁ ‘କମନ ଇନଫରସେନ ଫର୍ମାଟ’ ପ୍ରସ୍ତୁତିରେ ବିଳମ୍ବ ହୋଇଥିଲା। ଫଳରେ ଉଭୟ ରାଜ୍ୟ ଦ୍ୱାରା ସାକ୍ଷୀ ତାଲିକା ଦାଖଲରେ ବିଳମ୍ବ ଘଟିଥିଲା। ତଥାପି ଉଭୟ ରାଜ୍ୟ ଦ୍ୱାରା ସାକ୍ଷୀ ତାଲିକା ଦାଖଲ ପରେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ ଠାରୁ ଅନେକ ତଥ୍ୟ ବକେୟାର ରହିବା ବିଷୟରେ ଫ୍ରେବୃଆରୀ ୧୨ ଶୁଣାଣିରେ ଉଭୟ ରାଜ୍ୟର ଓକିଲ ପ୍ରାଧିକରଣଙ୍କୁ ଅବଗତ କରାଇପାରନ୍ତି। ସେହିପରି ଶନିବାର ଶୁଣାଣିରେ ପ୍ରାଧିକରଣ ମହାନଦୀ ଜଳ ବିବାଦ ମାମଲାର ଜବାବ ସୁଆଲ (ଟ୍ରାଏଲ) ଆରମ୍ଭ କରିବାର ସମ୍ଭାବନା ରହିଛି।






More Stories
ବଢ଼ିବନି ବିଧାୟକଙ୍କ ଦରମା !…..
ସୋମବାର ଯାଏଁ ବିଧାନସଭା ମୁଲତବୀ…..
ଆଉ ଖୋଲିବନି ନୂଆ ମଦ ଦୋକାନ…..