Report Card Odisha

| Daily Odia News

ବିଜେପିକୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମୁଁ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛି ଓ ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରୁଛି। ରାଜ୍ୟ ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଜବାବ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେବା ସହିତ ସେ କହିଛନ୍ତି ଯେ, ବିଜେପି ମିଛ କହିବାର ସବୁ ସୀମା ଟପିଯାଇଛି। ମୁଁ ଏବେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛି ଏବଂ ମାସେ ହେଲା ପ୍ରଚାର କରୁଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ୍ୟ ବିଜେପି ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲା। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ଅଭିଯୋଗ ଆଣିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ, ଡିଜିପି କଥା ହେଉଛନ୍ତି କି ନାହିଁ ସନ୍ଦେହ ହେଉଛି ବୋଲି ମଧ୍ୟ କହିଥିଲା। ବିଜେପି ଯୁକ୍ତି ଦର୍ଶାଇଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଣ ଜାଣିବା ଅଧିକାର ରାଜ୍ୟବାସୀଙ୍କର ଅଛି? ଜଣେ ଜଜ୍‌ ଓ କିଛି ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରନ୍ତୁ। ଭିକେ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ଗଣମାଧ୍ୟମ ସାମ୍ନାକୁ ଆଣନ୍ତୁ। ଏଭଳି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱ ଦେବେ ବୋଲି ଆଶା କରିଥିଲା।

Breaking News