Report Card Odisha

| Daily Odia News

ସଂକ୍ରମଣ ବଢିଲେ ହେବ ମିନି କଂଟେନମେଂଟ ଜୋନ:ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ସଂକ୍ରମଣକୁ ନେଇ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ ଙ୍କ ସହିତ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆରଟିପିସିଆର ଟେଷ୍ଟ୍‌ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆରଟିପିସିଆର ଟେଷ୍ଟ୍‌ ପାଇଁ ଜିଲ୍ଲା ସ୍ତରରେ ଆବଶ୍ୟକତା ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢିବ। ଏହାସହ ସମସ୍ତ ଆକ୍ରାନ୍ତଙ୍କ କରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବ। ତେବେ ନିର୍ଧିଷ୍ଟ ସ୍ଥାନରେ ସଂକ୍ରମଣ ବଢିଲେ ମିନି କଂଟେନମେଂଟ ଜୋନ ବ୍ୟବସ୍ଥା କରାଯିବ। ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସରକାରଙ୍କ ଗାଇଡଲାଇନ ଅନୁସାରେ, ସେମାନଙ୍କ ଟେଷ୍ଟ୍‌ କରାଯିବ। କରୋନା ନିୟମ ପାଳନ ହେଉଛି କି ନାହିଁ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବ ପୋଲିସ । ବଜାର, ଧର୍ମାନୁଷ୍ଠାନ ଓ ବିବାହ କାର୍ଯ୍ୟରେ ସରକାରଙ୍କ ସତର୍କ ଦୃଷ୍ଟି ରଖାଯାଇଛି। ସହରାଞ୍ଚଳରେ ସମ୍ବେଦନଶୀଳ ଅଂଚଳ ଉପରେ ତୀକ୍ଷ୍ମ ନଜର ପ୍ରସ୍ତାବ ରହିଛି। କେବଳ ଏତିକି ନୁହେଁ ବରଂ ହୋଲି ଲାଗି SRCଙ୍କ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜିଲ୍ଲାସ୍ତରରେ କରୋନା ନିୟମ କଡାକଡି ହେବ। ଏହାସହ ନାଇଟ୍‌ କର୍ଫ୍ୟୁ ସମ୍ପର୍କରେ ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ। ଏହାସହ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରସ୍ତାବ ଦିଆଯାଇଛି। ସମସ୍ତ ଅଫିସିଆଲ ମିଟିଂ ଭର୍ଚୁଆଲ ମାଧ୍ୟମରେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କେବଳ ଏତିକି ନୁହେଁ ବରଂ ସ୍ଥିତି ଉପରେ ଲଗାତାର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ।

 

Breaking News