ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ବିଶ୍ୱ ପଖାଳ ଦିବସ। ଏହି ସ୍ବତନ୍ତ୍ର ଦିବସରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଅନ୍ୟ ନେତାମାନଙ୍କ ସହ ଏକାଠି ବସି ପଖାଳ ଖାଉଥିବାର ଏକ ପୁରୁଣା ଫଟୋକୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ୟାପଶନ ଲେଖିଛନ୍ତି, ଓଡ଼ିଆ ରୋଷେଇକୁ ଉପଭୋଗ କରିବା ସର୍ବଦା ଆନନ୍ଦଦାୟକ। ବିଶେଷକରି ମୋର ପ୍ରିୟ ପଖାଳ, ଯାହାକୁ ମୁଁ ଖୁବ୍ ପସନ୍ଦ କରେ। ଯେତେବେଳେ ଆମେ ଦେଶ ତଥା ଦେଶ ବାହାରର ଅତିଥିଙ୍କୁ ପଖାଳ ଖାଇବାକୁ ଦେଇଥିଲୁ। ଏଥିସହ ମୁଖ୍ୟମନ୍ତ୍ରୀ ବିଶ୍ୱ ପଖାଳ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……