ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଲକ୍ଡାଉନ୍ ଓ ସପ୍ତାହାନ୍ତ ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ନଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୨ ସପ୍ତାହ ଯାଏ ଲକ୍ଡାଉନ୍ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୯ ତାରିଖ ଯାଏ ଲକ୍ଡାଉନ୍ ଥିଲା। ଏବେ ଲକ୍ଡାଉନ୍ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଛନ୍ତି। ଲକ୍ଡାଉନ୍ ସହ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ | ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ସକାଳ ୭ଟାରୁ ୧୧ଟା ଯାଏ ରହିଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ କମାଇ ଦିଆଯାଇଛି। ଲକ୍ଡାଉନ୍ରେ ଦୈନିକ ୪ ଘଣ୍ଟା ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ |ପରିବା, ଗ୍ରୋସରୀ, ଛାତ୍ରଛାତ୍ରୀଙ୍କ ପଢ଼ା ବହି ଦୋକାନ ଖୋଲା ରହିବ| ଇଲେକ୍ଟ୍ରିକ୍, ଇଲେକ୍ଟ୍ରୋନିକ୍ସ ମରାମତି ଦୋକାନ ,ଏସି, କୁଲର, ୱାଟର ପ୍ୟୁରିଫାୟର ମରାମତି ଦୋକାନ ,କମ୍ପ୍ୟୁଟର, ମୋବାଇଲ ମରାମତି ଦୋକାନ ମଧ୍ୟ ଖୋଲା ରହିବ | ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ଖୋଲା ରହିବ| କେବଳ କ୍ଷୀର ବିକିବାକୁ ଓମ୍ଫେଡ୍ ଦୋକାନ ଖୋଲା ପାଇଁ ଅନୁମତି ରହିଛି। ଓମ୍ଫେଡ୍ ଦୋକାନରେ ଚା’, କଫି ଆଦି ବିକ୍ରି କରାଯିବା ମନା। ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ସକାଳ ୫ଟାରୁ ୮ଟା ପଯର୍ୟନ୍ତ ଖବର କାଗଜ ବିତରଣ ଅନୁମତି ଦିଆଯାଇଛି | ସରକାରୀ ଅଫିସ୍ରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲା ରଖିବାକୁ ଅନୁମତି ଥିବା ବେଳେ ପ୍ରାଇଭେଟ , କର୍ପୋରେଟ କାର୍ଯ୍ୟାଳୟରେ ୩୩ ପ୍ରତିସଦ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ମିଳିଛି |ଏହି ଲକ୍ଡାଉନ୍ ଜୁନ ୧ ତାରିଖ ସକାଳ ୫ଟା ଯାଏ ବଳବତ୍ତର ରହିବ | ଲୋକେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିପାରିବେ। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ମଧ୍ୟ କଟକଣା ବଢ଼ିଲା। ବାହା ଘରରେ ଏଣିକି ୫୦ ବଦଳରେ ସର୍ବାଧିକ ୨୫ ଏକାଠି ହୋଇପାରିବେ। ବର, କନ୍ୟା, ପୂଜକ, ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ ସାମିଲ ହୋଇପାରିବେ। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସମ୍ପୂର୍ଣ୍ଣ ମନା | ଘରକୁ ଡାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ | ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ପାଇଁ ଅନୁମାନଟି ରହିଛି |
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….